ପୋଲସରା ୨୧/୦୨(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଜିତେନ୍ଦ୍ର କୁମାର ସାହୁ ସେ ଯାଦୁ ଖେଳ ଦେଖାଇ ଅଞ୍ଚଳରେ ଯାଦୁଗର ଜେ କୁମାର ଭାବେ ବେଶ୍ ପରିଚିତ ଅଛନ୍ତି । ଯାହାକି ଜିତେନ୍ଦ୍ର କୁମାର ସାହୁ ଯାଜପୁର ନିଜ ସମ୍ପର୍କୀୟ ଭାଇଙ୍କ ଘରକୁ ଯାଈଥିବା ବେଳେ ସେ ଏକ ହୋଟେଲକୁ କିଛି ଜିନିଷ କିଣିବାପାଇଁ ଯାଇଥିଲେ। ଜିନ୍ଦଲ କାରଖାନା କୁ ଆସିଥିବା ଦୁଇ ଋଷିଆ ନାଗରିକଙ୍କୁ ସେଠାରେ ସେ ଭେଟିଥିଲେ। ଦୁଇ ଋଷିଆ ନାଗରିକଙ୍କୁ ଜିତେନ୍ଦ୍ର ଡିଜିଟାଲ ମ୍ୟାଜିକ ଦେଖାଇ ତାଙ୍କର ମନ ଜିଣି ପାରିଥିଲେ। ଶେଷରେ ସେମାନେ ଆମ ପୋଲସରା ଅଞ୍ଚଳର କଳା ଓ ସଂସ୍କୃତି ଉପରେ ଆଧାରିତ “ମୁଁ ଜଣେ କଳାକାର”ୟୁଟ୍ୟୁବ ଚ୍ୟାନେଲ କୁ ସବସ୍କ୍ରାଇବ କରି ବହୁତ ଖୁସି ଅନୁଭବ କରି ଯାଦୁଗର ଜେ କୁମାରଙ୍କ ଯାଦୁବିଦ୍ୟା ଦେଖି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।