ଯାତ୍ରା ନାଁରେ ସୁବଳୟାରେ ଜୁଆଖେଳ ।

0 10

ଉଲୁଣ୍ଡା ,୦୩୵୦୯(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ରେ ଆୟୋଜିତ ହୋଇଥିବା ପ୍ରସିଦ୍ଧ ଝୁଲଣ ଯାତ୍ରା ରେ ଘୁଡଘୁଡି ପଟି ନାମକ ଜୁଆଖେଳ ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଖେଳପଡିଆ ରେ ଚାଲିଥିବା ମୀନା ବଜାର ରେ ପୁଲିସ ଉପସ୍ଥିତ ରେ ଏକାଧିକ ସ୍ଥାନରେ ବିଭିନ୍ନ ପ୍ରକାରର ଜୁଆ ଖେଳ ଚାଲିଥିବା ଅଭିଯୋଗ ହେଉଛି। ଯାତ୍ରା ସ୍ଥଳରେ ଏଭଳି ଖେଳକୁ ନେଇ ସାଧାରଣରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଉକ୍ତ ସ୍ଥାନରେ ଲାଇଟ୍ ଲଗାଇ ରାତି ତମାମ ଖୋଲାଖୋଲି ଭାବେ ଘୁଡଘୁଡି ପଟି ଖେଳ ଚାଲି ଥିବାର ଦେଖିବାକୁ ମିଳିଥିବାବେଳେ ଏଠାକୁ ଯାତ୍ରା ଦେଖିବାକୁ ଆସୁଥିବା ଲୋକେ ଏହି ଜୁଆ ଖେଳରେ ସର୍ବସ୍ବାନ୍ତ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ଯାତ୍ରା ସ୍ଥଳରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ମଧ୍ୟ କିଛି ଜାଣିନପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଖେଳ ପାଇଁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ମୋଟା ଅଙ୍କର ଟଙ୍କା ନେଇ ଏହି ବେଆଇନ ଜୁଆ ଖେଳ ଚଲାଉଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ପୁଲିସ ମୃତୟନ ଥିବା ବେଳେ ଏଠାରେ ଦୁଇ ଦିନ ହେଲା କିପରି ଜୁଆଖେଳ ଚାଲିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଜୁଆଖେଳ ଆୟୋଜନ କରୁଥିବା ମାଫିଆ ଓ ପୁଲିସ ବିଭାଗ ଅଧିକାରୀ, କର୍ମଚାରୀ ଙ୍କ ମଧ୍ୟରେ ଭିତିରି ବୁଝାମଣା ଥିବାରୁ ପୁଲିସ ସବୁ ଦେଖି ମଧ୍ୟ ସେଥିପ୍ରତି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି। ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଜନସାଧାରଣ ରେ ଦାବି ହେଉଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.