ଯାଜପୁର,୨୬/୦୯(ପିପିଟି): କୁମ୍ଭକର୍ଣ୍ଣ ନିଦ୍ରାରେ ଏବେ ଯାଜପୁର ରୋଡ ସର୍କଲ ଖଣି ବିଭାଗ ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଅନବରତ ଲୁଟ ହେଉଛି କ୍ରୋମାଇଟ କିନ୍ତୁ ସବୁ ଅଜଣା ଚାଉଳ ର ଭାତ ଖାଉଛି ଯାହାକି ସାଧାରଣରେ ବିଭାଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହେଉଛି ଖବର ମୁତାବକ ସୁକିନ୍ଦାରେ ଏକାଧିକ ଚୋରା କ୍ରୋମାଇଟ୍ ଡିପୋ ଥିବା ଖୋଦ୍ ମାଇନିଂ ଏନ୍ଫୋର୍ସମେଣ୍ଟ ଇଡ୍ର ତଦନ୍ତରୁ ସ୍ପଷ୍ଟ ହୋଇଛି। ଗତ ୧୮ ତାରିଖରେ ସୁକିନ୍ଦା ଥାନା ଜାତୀୟ ରାଜପଥ-୫୩ ରୁ ମାତ୍ର ୫୦ ମିଟର ଦୂର ମଙ୍ଗଳପୁର ପାଞ୍ଚଗୋଛିଆ ସାହିରେ ସକ୍ରିୟ ଥିବା ଏକ ଚୋରା କ୍ରୋମାଇଟ୍ ଡିପୋରେ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୯୦ ମେଟ୍ରିକ୍ ଟନ୍ ମୂଲ୍ୟବାନ କ୍ରୋମ୍ ପଥର ଗୁଣ୍ଡ ଜବତ ହୋଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲେ ହେଁ ମାଫିଆ ଧରାପଡ଼ିବା ଦୂରେଥାଉ ଏଯାବତ୍ ଚିହ୍ନଟ ନହେବା ବିସ୍ମୟର କାରଣ ହୋଇଛି। ସେହିପରି ଘଟଣାକୁ ସପ୍ତାହେ ବିତି ଯାଇଥିଲେ ହେଁ ବିଭାଗୀୟ ତଦନ୍ତ ସେଇଠି ଅଟକି ଯାଇଛି। ପାଞ୍ଚଗୋଛିଆ ସାହିରୁ ପାଖାପାଖି ୨ କିଲୋମିଟର ଦୂରତା ମଧ୍ୟରେ ସେହି ଜାତୀୟ ରାଜପଥ-୫୩ ମଙ୍ଗଳପୁର-ସୁକିନ୍ଦା ସଡ଼କର ବାମ ପାର୍ଶ୍ଵରେ ଆଉ ଏକ ଚୋରା
କ୍ରୋମାଇଟ୍ ଡିପୋ ଥିବା ବିଭାଗୀୟ ସୂତ୍ରରୁ ଖବର ମିଳିଛି। ୭ ମାସ ତଳେ ଏଠାରେ ପାଖାପାଖି ଶହେ ମେଟ୍ରିକ୍ ଟନ୍ର ଚୋରା କ୍ରୋମାଇଟ୍ ଗଚ୍ଛିତ ରଖାଯାଇଥିଲା। ଗୁଇନ୍ଦା ବିଭାଗରୁ ସୂଚନା ପରେ ଖଣିବିଭାଗ ଚୋରା ଡିପୋକୁ ଯାଇ ଏହାର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା। ପ୍ରଶାସନ ପକ୍ଷରୁ ସେଦିନ ଏହାକୁ ଯଥାଶୀଘ୍ର ଉଠାଇନେବା ଯୋଜନା କରାଯାଇଥିଲେ ହେଁ ପ୍ରବଳ ବର୍ଷା ବାଧକ ସାଜିଥିଲା। ଅନ୍ୟପକ୍ଷରେ ଖଣି ବିଭାଗର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ମାଫିଆମାନେ ଦିବାଲୋକରେ ସବୁ କ୍ରୋମାଇଟ୍ ଉଠାଇ ନେଇଥିଲେ । ୬ ଘଣ୍ଟାର ବର୍ଷା ଛାଡ଼ିଲା ପରେ ଖଣି ବିଭାଗ ଉକ୍ତ ଚୋରା ଡିପୋକୁ ଯାଇ ଭକୁଆ ହୋଇଥିଲା। ସୁକିନ୍ଦା ଥାନା ଓ ରାଜପଥ କଡ଼ରୁ କିଛି ଦୂରତା ମଧ୍ୟରେ ଦୁଇଟି ଚୋରା କ୍ରୋମାଇଟ୍ ଡିପୋ ସକ୍ରିୟ ରହିବା ବିସ୍ମୟର କାରଣ ହୋଇଛି। ସେହିପରି ଖଣିଜ ସମ୍ପଦ ଚୋରି ରୋକିବା ଦିଗରେ ଗଠିତ ମାଇନିଂ ଏନ୍ଫୋର୍ସମେଣ୍ଟ
ସ୍ପାଡ୍ର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସ୍ଟାଡ୍ର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଏବଂ ଖଣି ଓ ଇସ୍ପାତ,ପୁଲିସ,ବନ ଓ ରାଜସ୍ବ ବିଭାଗକୁ ନେଇ ଗଠିତ ଏହି ଏନ୍ଫୋର୍ସମେଣ୍ଟ ଇଡ୍ ସକ୍ରିୟତା ଉପରେ ଖଣି ଓ ଖଣିଜ ସମ୍ପଦ ଚୋରି ରୋକାଯିବା କିମ୍ବା ନିୟନ୍ତ୍ରଣ ସମ୍ଭବ ହୋଇଥାଏ । ସଂପୃକ୍ତ ୪ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟରୁ ଖଣି ମାଫିଆ ସାବାଡ୍ ହେବା ଥୟ କିନ୍ତୁ ଗତ ୨୫ ବର୍ଷ ଧରି ସୁକିନ୍ଦା ଅଞ୍ଚଳରେ ବିଭିନ୍ନ ଖଣି, ରାଜପଥ କିମ୍ବା ସଡ଼କ ପଥରେ ଯେତେ କ୍ରୋମାଇଟ୍ ଚୋରି ଧରାପଡ଼ିଛି ସେଠାରେ ଗୋଟିଏ କିମ୍ବା ଅତିବେଶୀରେ ୨ ବିଭାଗ ପକ୍ଷରୁ ଯୁଗ୍ମ ଚଢ଼ଉ ହୋଇଛି । ୪ ବିଭାଗର ମିଳିତ ଚଢ଼ଉ ସଫଳତାର ଦୃଷ୍ଟାନ୍ତ ନାହିଁ। ଯାହାକି ମାଫିଆମାନଙ୍କ ପାଇଁ ବରଦାନ ହୋଇଆସିଛି। ସରକାରୀ ଚାକିରିଆ ଭାବେ ୪ ବିଭାଗର କର୍ମଚାରୀ ଓ ଅଧିକାରୀ ସ୍ଵାଭାବିକ ବେତନ ପାଇଆସୁଥିବା ସ୍ଥଳେ ମାଫିଆ ମାଲାମାଲ୍ ହୋଇଆସିଛନ୍ତି। କିଛି ଦିନ ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ପ୍ରିତି ରଞ୍ଜନ ଘଡେ଼ଇ ମୁଖ୍ୟମନ୍ତ୍ରୀଙ୍କ ଏହି ଲୁଟ ବିଷୟ ରେ ଚିଠି ଲେଖିଥିଲେ କିନ୍ତୁ କିଛି ଆଖି ଦୃଷୀୟ କାର୍ଯ୍ୟା ନୁଷ୍ଠାନ ହେଉନଥିବା ମିଳୁଛି ଯାହାକି ମୋହନ ସରକାରକୁ ନିନ୍ଦିତ ହେଉଛି ବୋଲି ସାଧାରଣରେ ମତପ୍ରକାଶ ହେଉଛି ।