ଯାଜପୁର ରୋଡ ଏରିଆ ଡାକ୍ତରଖାନାକୁ ସବଡିଭିଜନାଲ ଡାକ୍ତରଖାନାକୁ ଉନ୍ନୀତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ ଘଡେ଼ଇ ।
ସୁକିନ୍ଦା,୦୨/୧୧(ପିପିଟି): ଶିଳ୍ପ ରାଜଧାନୀ କଳିଙ୍ଗ ନଗର ର ମୁଖଶାଳା ବ୍ୟାସନଗର ସହର ରେ ଅବସ୍ଥିତ ଯାଜପୁର ରୋଡ ଏରିଆ ଡାକ୍ତରଖାନା କୁ ସବ ଡିଭିଜନାଲ ଡାକ୍ତରଖାନାରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ଯୋଗୁଁ ବ୍ୟାସନଗର ସହରରେ ଦିନକୁ ଦିନ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାର ସେ ଉଲ୍ଲେଖ କରିଛନ୍ତି। ତା ସହିତ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି।ରାଜ୍ୟର ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ବ୍ୟାସନଗର ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ ହୋଇ ସାରିଛି। ଏ ସବୁ କୁ ତାଳ ଦେଇ ରୋଗୀ ସଂଖ୍ୟା,ସଡ଼କ ଦୁର୍ଘଟଣା ସମେତ କଳକାରଖାନା ରେ ମଧ୍ୟ ଦୁର୍ଘଟଣା ବୃଦ୍ଧି ପାଇବାକୁ ଲାଗିଛି। ଏ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବାକୁ ଯାଜପୁର ରୋଡ ଡାକ୍ତର ଖାନାରେ ନା ଅଛି ଭିତ୍ତିଭୂମି ନା ଆବଶ୍ୟକୀୟ କର୍ମଚାରୀ। କ୍ରମବର୍ଦ୍ଧିଷ୍ଣୁ ବ୍ୟାସନଗର ର ସ୍ବାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବାକୁ ଏଠାରେ ଯଥେଷ୍ଟ ଡାକ୍ତର,ପାରା ମେଡିକାଲ ଷ୍ଟାଫ ନାହାନ୍ତି।ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନେ ଯାଜପୁର ରୋଡ ଡାକ୍ତର ଖାନାର ଉନ୍ନତି କରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।ଏହି ପରିପ୍ରେକ୍ଷୀରେ ଏହି ଡାକ୍ତର ଖାନା କୁ ଏକ ସବ ଡିଭିଜନାଲ ଡାକ୍ତରଖାନା ରେ ପରିଣତ କରାଯିବା ସହିତ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର,ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଏବଂ ଭିତ୍ତିଭୂମି ର ବିକାଶ ପାଇଁ ଶ୍ରୀ ଘଡାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରଙ୍କ ସ୍ବାସ୍ଥ୍ୟ ବଜେଟରେ ଚଳିତ ବର୍ଷ ଅଧିକ ବ୍ୟୟ ବରାଦ ହୋଇଥିବାରୁ ବ୍ୟାସନଗର ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେବା ଦରକାର। କଳିଙ୍ଗ ନଗର ରେ ଥିବା ଜିନ୍ଦଲ କମ୍ପାନୀ ଏକ ସମୟରେ ବ୍ୟାସନଗର ନିକଟସ୍ଥ ଛୋଟରାୟପୁର ଏବଂ ଦାନଗଦି ବ୍ଲକ ର କୁମ୍ଭୀରଗାଡିଆ ଠାରେ ସୁପର ସ୍ପେଶିଆଲିଟି ଡାକ୍ତର ଖାନା କରିବାକୁ ପରିକଳ୍ପନା କରିଥିଲା ଯାହା ପ୍ରତିଶ୍ରୁତି ରେ ଅଟକି ଯାଇଛି। ତେଣୁ ସରକାର ସେ ଦିଗରେ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ। ଯାଜପୁର ଜିଲ୍ଲାରେ କୌଣସି ଠାରେ ସବ୍ ଡିଭିଜିନାଲ ଡାକ୍ତରଖାନା ନାହିଁ। ତେଣୁ ବ୍ୟାସନଗର ଠାରେ ଥିବା ଏରିଆ ଡାକ୍ତରଖାନାକୁ ଏକ ସବ୍ ଡିଭିଜିନାଲ ଡାକ୍ତରଖାନା ରେ ପରିଣତ କରିବା ସହିତ ଏକ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଘଡାଇ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି।