ଯାଜପୁର ବ୍ଲକରେ ପ୍ରଥମ ଥର ଆୟୋଜିତ ହୋଇଛି ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା- ୨୦୨୫ ।

0 173

ଯାଜପୁର ୧୫/୧୧(ପିପିଟି): ଆଜି ଯାଜପୁର ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ଏନ. ସି କଲେଜ ଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୨୬ଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦାନ କରିଥିଲେ। ମାନ୍ୟବର ସାଂସଦ ରବିନ୍ଦ୍ର ନାରୟଣ ବେହେରା ମୁଖ୍ୟ ଅତିଥି ଓ ବିଧାୟିକା ସୁଜାତା ସାହୁ, ଯାଜପୁର, ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ମହନ୍ତ, ସଭାପତି ଓ ଡ, ବିମଳ କୁମାର ମହାପାତ୍ର, ମୂଖ୍ୟ ବକ୍ତା, ସନ୍ଦୀପ ଶଙ୍କର ପଟ୍ଟନାୟକ ସମ୍ମାନିତ ବକ୍ତା ଓ ଅତିରିକ୍ତ ଜିଲ୍ଲା ପ୍ରାଣିଚିକିତ୍ସା ଅଧିକାରୀ, ଡା. ସୁଶାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ଅବସରରେ ଆଗ୍ରହୀ ମତ୍ସ୍ୟଚାଷୀ, ପ୍ରାଣିପାଳକ ଓ ଅନ୍ୟ ଚାଷୀମାନେ ମେଳା ବୁଲି ଷ୍ଟଲ ପରିଦର୍ଶନ କରିଥିଲେ । ସଫଳ ଚାଷୀଙ୍କୁ ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶପତ୍ର ବଣ୍ଟନ କରାଯାଇଥିଲା । ଉପ ନିର୍ଦ୍ଦେଶକ ଡ଼ା ବିଜୟ କୁମାର ସାହୁ,ସ୍ଵାଗତ ଅଭିଭାଷଣ ଦେଇଥିଲେ ଓ ସହକାରୀ ମତ୍ସ୍ୟ ଅଧିକାରୀ ପର୍ଶୁରାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ ହେଇଥିଲା।କୃଷକ ବୈଜ୍ଞାନିକ ଆଲୋଚନା ଚକ୍ରରେ ପ୍ରାଣୀ ସମ୍ପଦ ବିଭାଗର ଡ। ନୀଳାଦ୍ରି ପ୍ରସାଦ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହା ପରେ ବ୍ଲକ କଳା ସଂସ୍କୃତି ଦ୍ଵାରା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ଚାଲୁଥିବା ଯୋଜନାକୁ “ଘୋଡା ନାଚ” ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଟିକୁ ଡ ଜୀତା ଦାଶ ଓ ଡ଼ ମୋନାଲିସା ମହାନ୍ତି ପରିଚାଳନା କରିଥିଲେ।

Leave A Reply

Your email address will not be published.