ଯାଜପୁର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪ – ୨୦୨୫ ର ଶୁଭାରମ୍ଭ ।

0 326

ଯାଜପୁର,୧୭/୦୪(ପିପିଟି):ଆଜି ଯାଜପୁର ଜିଲ୍ଲାରେ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା-ବାରାଣସୀ ଆଧ୍ୟାତ୍ମିକ ଯାତ୍ରାକୁ ଜିଲ୍ଲାପାଳ, ପି. ଅନ୍ୱେଷା ରେଡ୍ଡୀ ଗୌତମ ବୁଦ୍ଧ ସଂସ୍କୃତି ଭବନ,ଯାଜପୁର ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ,ପର୍ଯ୍ୟଟନ ବିକାଶ ଅଧିକାରୀ (ସ୍ଵାଧୀନ ଦାୟିତ୍ଵ),ଯାଜପୁର, ସୁଶ୍ରୀ ହିମାଳୟା ତ୍ରିପାଠୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାରେ ସମୁଦାୟ ୧୪୨ଜଣ ବରିଷ୍ଠ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀ ମାନେ ଆସନ୍ତାକାଲି ବାଲେଶ୍ୱର ରେଳ ଷ୍ଟେସନରୁ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ପାଇଁ ବାଲେଶ୍ୱର ଅଭିମୁଖେ ଆଜି ଯାତ୍ରା କରିଥିଲେ। ସେମାନେ ଆଜି ରାତିରେ ବାଲେଶ୍ୱରର ପଦ୍ମାବତୀ ରିସର୍ଟରେ ରହିବେ। ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଟି ଆସନ୍ତାକାଲି ସକାଳ ଘ ୧୧.୪୫ ମି. ରେ ବାଲେଶ୍ୱର ରେଳ ଷ୍ଟେସନରୁ ଛାଡିବ। ଏହି ଯାତ୍ରାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ତୀର୍ଥଯାତ୍ରୀମାନେ ୨୩ ଏପ୍ରିଲ, ୨୦୨୫ରେ ବାଲେଶ୍ୱର ଫେରିବେ। ସେମାନେ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ,ସେମାନଙ୍କୁ ବାଲେଶ୍ୱରରୁ ଫେରାଇ ଅଣାଯିବ ଏବଂ ଯାଜପୁରରେ ଥିବା ସେମାନଙ୍କର ଜନ୍ମସ୍ଥାନକୁ ପଠାଯିବ।

Leave A Reply

Your email address will not be published.