ଯାଜପୁର ଜିଲ୍ଲାରେ ନୂତନ ଓଡ଼ିଶା ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପାଇଁ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ।

0 219

ଯାଜପୁର,୩୧/୦୭(ପିପିଟି): ଯାଜପୁର ଜିଲ୍ଲାରେ ବିଭିନ୍ନ ଅଗ୍ରଣୀ ବେସରକାରୀ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଗୁଡ଼ିକ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ନୂତନ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ଦକ୍ଷତା ବିକାଶ ସହିତ ନିଯୁକ୍ତି ପ୍ରଦାନ ନିମନ୍ତେ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ବିଭିନ୍ନ ସଦସ୍ୟ ମାନଙ୍କ ମାଧ୍ୟମରେ ଉପଯୁକ୍ତ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଗୁଡ଼ିକର ଚୟନ ସହିତ ଜିଲ୍ଲାରେ କାର୍ଯ୍ୟ କାରୀ ହଉଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଆବେଦନ କରିଥିବା ସମସ୍ତ ତାଲିମ ପ୍ରଦାନକାରୀ ସଂସ୍ଥା ଉପସ୍ଥିତ ରହି ସେମାନଙ୍କର ପ୍ରସ୍ତାବିତ ତାଲିମ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଚୟନ ହୋଇଥିବା ସମସ୍ତ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଗୁଡିକୁ ଜିଲ୍ଲାପାଳ ଉଚ୍ଚମାନର ତାଲିମ ସହିତ ଶତ ପ୍ରତିଶତ ନିଯୁକ୍ତି ପ୍ରଦାନ ପାଇଁ ସର୍ତ୍ତ ମୂଳକ ଅନୁମତି ପ୍ରଦାନ କରିଥିଲେ । ଏହି ବୈଠକରେ ବିରହୋର ଏବଂ ଜୁଆଙ୍ଗ ସମ୍ପ୍ରଦାୟର ଯୁବକ ଯୁବତୀ ମାନଙ୍କୁ ସ୍ଵତ୍ତନ୍ତ୍ର ତାଲିମ ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଅଛି।ଜିଲ୍ଲାରେ ବିଭିନ୍ନ ବିଭାଗ ତରଫରୁ ଦିଆଯାଉଥିବା ଦକ୍ଷତା ବିକାଶ ତାଲିମ ଗୁଡ଼ିକର ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ଏହି ବୈଠକକୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ, କନିଷ୍ଠ ନିୟୋଜନ ଅଧିକାରୀ ମାନସ କୁମାର କୁଅଁର, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ ରାକେଶ କୁମାର ନାୟକ ପରିଚାଳନା କରୁଥିବା ବେଳେ ଉକ୍ତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.