ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୫ ପାଳିତ।

0 211

ଯାଜପୁର,୦୧/୦୪(ପିପିଟି) : ପ୍ରତିବର୍ଷ ଭଳି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୫ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ -୨୦୨୫ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ ଯୋଗଦେଇଥିଲେ। ଏହି ଦିବସ ପାଳନ ଅବସରରେ ପୂର୍ବାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଯାଜପୁର ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଉତ୍କଳ ବନ୍ଦନା ଗାନ ଏବଂ ପୂର୍ବାହ୍ନ ୬.୩୦ ମିନିଟ ସମୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଭାତଫେରୀ ର ଆୟୋଜନ କରାଯାଇଥିଲା। ଏହି ଦିବସ ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସାଂସଦ,ଲୋକସଭା, ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀଙ୍କ ସମେତ ସମସ୍ତ ସମ୍ମାନିତ ଅତିଥିମାନେ ଯାଜପୁର ଜିଲ୍ଲା ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁରଠାରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି, କିଆନାଳୀ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଜିଲ୍ଲା ସ୍କୁଲ୍, ଯାଜପୁର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଜିଲ୍ଲା କାରାଗାରର ଅନ୍ତେବାସୀ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ପ୍ୟାକେଟ ବଣ୍ଟନ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହାପରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁରଠାରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଉକ୍ତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ କହିଲେ ସମୃଦ୍ଧ ସଂସ୍କୃତି ଗୌରବମୟ ଇତିହାସ ଓ ଗରିମାମୟ ପରମ୍ପରାର ଉଜ୍ଜ୍ୱଳ ସ୍ବାକ୍ଷରର ରୁଦ୍ଧିମନ୍ତ ଆମର ପ୍ରିୟ ଜନ୍ମ ଭୂମି ଓଡ଼ିଶା। ଆଜକୁ ଅଣାନବେ ବର୍ଷ ପୂର୍ବେ, ଏହି ପବିତ୍ର ଦିବସରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ଦୀର୍ଘଦିନର ସ୍ବପ୍ନକୁ ବାସ୍ତବତାରେ ପରିଣତ କରି ଗଠିତ ହୋଇଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ। ଭାଷାକୁ ଆଧାର କରି ସ୍ଵତନ୍ତ୍ର ରାଜ୍ୟ ଗଠନ ହେବାରେ ଓଡ଼ିଶା ଥିଲା ପ୍ରଥମ। ଆଜିର ଏହି ଐତିହାସିକ ଦିବସରେ ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ମହାପୁରୁଷ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦୀର୍ଘ ଦିନର ସଂଘର୍ଷ ପରେ ବିହାର -ଓଡ଼ିଶା -ମାଡ୍ରାସ ପ୍ରେସିଡେନ୍ସିରେ ଥିବା ଓଡ଼ିଆ ଭାଷା କହୁଥିବା ଅଞ୍ଚଳକୁ ନେଇ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ଯେଉଁମାନେ ସେମାନଙ୍କର ତ୍ୟାଗ, ଅଧ୍ୟବସାୟ, ପରିଶ୍ରମ ଓ ସାମର୍ଥ୍ୟ ବିନିଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ, ରାଜା ହରିହର ମର୍ଦ୍ଦରାଜ, ବ୍ୟାସକବି ଫକିର ମୋହନ ସେନାପତି, ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରୀଶଙ୍କର ରାୟ,ପଣ୍ଡିତ ନୀଳକଣ୍ଠ ମିଶ୍ର, ଆଚାର୍ଯ୍ୟ ହରିହରଙ୍କ ପରି ଅନେକ ଯୋଗଜନ୍ମା। ସେମାନଙ୍କ ଉଦ୍ୟମର ଫଳସୃତି ସ୍ୱରୂପ ଆଜି ଆମେ ଓଡ଼ିଆ ଭାବରେ ଗର୍ବ କରୁଛେ। ଆଜି ଦିବସରେ ସମସ୍ତ ମହାପୁରୁଷମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି। ସମୃଦ୍ଧ ଐତିହ୍ୟ, ଜୀବନ୍ତ କଳା, ଗୌରବମୟ ସଂସ୍କୃତି ଓ ଗରିମାମୟ ପରମ୍ପରାର ଶାଶ୍ୱତ ବିଭବରେ ପରିପୂର୍ଣ୍ଣ ର୍ଯାଜପୁର । କଳା, ସାହିତ୍ୟର ମାଟି ହେଉଛି ମା’ ବିରଜାଙ୍କର ଏହି ପୁଣ୍ୟ କ୍ଷେତ୍ର । ସୋମବଂଶର ମହାନ ନରପତି ଯଯାତି କେଶରୀଙ୍କ ଦ୍ୱାରା ପ୍ରତିଷ୍ଠିିତ ଯାଜପୁର ମାଟି ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର । ଏହିପୁଣ୍ୟ ମାଟିରିୁ ଦିନେ ଗୁଞ୍ଜରିତ ହୋଇଥିଲା ଗୌତମ ବୁଦ୍ଧଙ୍କ ଶାନ୍ତିମନ୍ତ୍ର । ପ୍ରାଚୀନ ବୌଦ୍ଧ ସଭ୍ୟତାର ଅମର ଭୂମି ରତ୍ନଗିରି ଓ ଉଦୟଗିରି ଏହାର ଜ୍ଜ୍ଵଳନ୍ତ ନିଦର୍ଶନ ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଶ୍ରୀ ବରାହକ୍ଷେତ୍ର, ଦଶାଶ୍ୱମେଧ ଘାଟ, ନାଭିଗୟା,ବ୍ରହ୍ମକୁଣ୍ଡ, ଗୋକର୍ନେଶ୍ୱର ମନ୍ଦିର ଆଦି ଅନେକ ପବିତ୍ର କ୍ଷେତ୍ର ଏ ମାଟିର ମହାର୍ଘ୍ୟ ଆଧ୍ୟାତ୍ମିକତାର ଗୋଟିଏ ଗୋଟିଏ ବଳିଷ୍ଠ ସ୍ଵାକ୍ଷର । କେବଳ ଧର୍ମ ନୁହେଁ, ଭାରତର ସ୍ଵାଧୀନତା ଆନ୍ଦୋଳନ କାଳରେ ଏଇଠୁ ଶୁଭିଥିଲା ବପ୍ଳିବର ରଣହୁଙ୍କାର । ବରୀ କଳାମାଟଆ ର ଶହୀଦ ସ୍ମୃତସ୍ତମ୍ଭ ଏହାର ମୁକସାକ୍ଷୀ । ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ଶହୀଦ ସାଉଁଟି ମଳିକ, ସାନନ୍ଦ ସ୍ଵାଇଁ, ହାଡ଼ବିନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁଙ୍କ ବଳଦିାନରେ ଏ ମାଟି ହୋଇଛି ଗୌରବଦୀପ୍ତ । “ବରୀ ସେବାଘର” ରେ ରହଛିି ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀଙ୍କ ଅନେକ ଅଭୁଲା ସ୍ମୃତି। ଓଡଆ ସାରସ୍ଵତ ନବମଣ୍ଡଳର ଏକ ଧ୍ରୁବ ତାରା ଥିଲେ ଏ ମାଟିର ଯଶଶ୍ଵୀ ସାଧକ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର । ଓଡିଆ ସାହିତ୍ୟର ବିକାଶରେ ଲୋକପ୍ରିୟ ପତ୍ରିକା “ଗୋକର୍ଣିକା” ର ଭୂମିକା ଉଲ୍ଲେଖ ଯୋଗ୍ୟ। ଆଜିର ଦିବସ ହେଉଛି ସଚେତନତା ଓ ସଂକଳ୍ପର ଦିବସ । “ବିକଶିତ ଗ୍ରାମ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ” ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ । ଏହି ସଭାକର୍ଯ୍ୟରେ ସାଂସଦ, ଲୋକସଭା, ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ସମସ୍ତଙ୍କୁ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ କହିଲେ ୧୯୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହେଲା ସେଥିପାଇଁ ଆମେ ଗର୍ବ କରିବା ଉଚିତ୍। ପ୍ରଥମେ ୬ ଟି ଜିଲ୍ଲାକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। କିନ୍ତୁ ଆଜି ୩୦ ଜିଲ୍ଲାରେ ପରିବର୍ତ୍ତିତ ହୋଇଛି ।ଏବେ ଐତିହାସିକ କିମ୍ବା ଭୌଗଳିକ ସବୁ ସ୍ତରରେ ଓଡ଼ିଶା ବହୁ ସମୃଦ୍ଧିଶାଳୀ ହୋଇଛି। ଏହି ଯାଜପୁର ମାଟି ଦିନେ ଉତ୍କଳ ର ରାଜଧାନୀ ଥିଲା ମହାରାଜା ଯଯାତି କେଶରୀଙ୍କ ସମୟରୁ ଏହା ଉତ୍କଳର ରାଜଧାନୀ ଥିଲା। ଆଜିର ଦିନରେ ୧୯୯୩ ମସିହାରେ ଯାଜପୁର ଜିଲ୍ଲା ଏକ ସ୍ଵତନ୍ତ୍ର ଜିଲ୍ଲାର ପରିଚୟ ପାଇଥିଲା। ସ୍ବର୍ଗତ ବଙ୍କୀମ ଚନ୍ଦ୍ର ଚାଟାର୍ଜୀ ଏଠାରେ ଡେପୁଟି କମିଶନର ଥିଲେ ଏବଂ ଏହି ମାଟିରେ ବନ୍ଦେ ମାତରମ୍ ଲେଖିକରି ଯାଇଛନ୍ତି। ଯାଜପୁରର ଐତିହ୍ୟ କଳା ସଂସ୍କୃତି ଅନ୍ୟତମ ଅଟେ।ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ କହିଲେ ୧୯୩୬ ରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଭାବରେ ଗଠନ ହୋଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସବୁ କ୍ଷେତ୍ରରେ ଅଗ୍ରସର ହୋଇଛି। ଓଡ଼ିଶାର ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ର ମାନଙ୍କୁ ଆଜିର ଦିନରେ ସ୍ମରଣ କରିବା। ଓଡ଼ିଶାରେ କଳା,ସଂସ୍କୃତି, ପ୍ରାକୃତିକ ସମ୍ବଳ,ମାନବ ସମ୍ବଳର କୌଣସି ଅଭାବ ନାହିଁ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ପକ୍ଷ ପାଳନ କରାଯିବା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ। ଉକ୍ତ ଦିବସରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜୟ କିଶୋର ସାମଲ ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଶା ତଥା ଯାଜପୁର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ, ଓଡ଼ିଶା ତଥା ଯାଜପୁର ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ଦିବସରେ ଜିଲ୍ଲାର ୫ ଜଣ ଶ୍ରେଷ୍ଠ ଅଗ୍ରଣୀ ଚାଷୀଙ୍କୁ ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ମାନିତ କରାଯିବା ସହ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବ ରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ,ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ ଶିବାନନ୍ଦ ସ୍ବାଇଁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.