ଯାଜପୁର,୦୫/୦୪(ପିପିଟି) :ଯାଜପୁର ଜିଲା ରେ ଏକାଠି ହେଲେ ବିଜେଡି ନେତା । ଜିଲ୍ଲାପାଳଙ୍କୁ ଭେଟି ଦେଲେ ଦାବି ପତ୍ର । ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ଅଭିଯୋଗ କରିବା ସହିତ ଲଘୁ ଖଣିଜ ସଂପଦର ଲୁଟ ହେଉଥିବା ଅଭିଯୋଗ କରିଛି ବିଜେଡି । ଯାଜପୁର ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଧାୟକ,ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଜିଲ୍ଲାବାସୀଙ୍କ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି। ଏହି ପ୍ରତିନିଧି ଦଳରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ,ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଯାଜପୁର ବିଧୟିକା ସୁଜାତା ସାହୁ, ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ସାମିଲ ଥିଲେ।