ଯାଜପୁର ଜିଲ୍ଲାପାଳଙ୍କ ମେଡିକାଲ କଲେଜ ପରିଦର୍ଶନ ।

0 219

ଯାଜପୁର,୦୪/୦୯(ପିପିଟି): ଆଜି ସନ୍ଧ୍ୟା ବେଳେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପରିଦର୍ଶନରେ ଆସିଥିଲେ । ସର୍ବପ୍ରଥମେ ସି.ଟି. ସ୍କାନ ସେଣ୍ଟର ପରିଦର୍ଶନ କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଟେକନିସିଆନ ଓ କର୍ମଚାରୀଙ୍କୁ ସି.ଟି. ସ୍କାନ ମେସିନ ର କାର୍ଯ୍ୟକାରିତା ଏବଂ କେତେ ସମୟ ବ୍ୟବଧାନ ରେ ରିପୋର୍ଟ ହେଉଛି ପଚାରି ବୁଝିଥିଲେ। ମେଡିକାଲ କଲେଜ ଡିନ ଓ ପ୍ରିନ୍ସିପାଲ ଡା ସିତାରାମ ମହାପାତ୍ର ଉପସ୍ଥିତ ରହି କହିଥିଲେ ବହୁ ସମୟ ରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ଯୋଗୁଁ ମେଡିକାଲ କଲେଜର କାମ ଠପ ହୋଇଯାଉଛି। ଏହାର ସମାଧାନ ପାଇଁ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଥିବା ଏଲଆଣ୍ଡ ଟି ର କତୃପକ୍ଷ ଙ୍କ ସାଙ୍ଗରେ କଥା ବାର୍ତ୍ତା କରିଥିଲେ ଏବଂ ସେ କହିଥିଲେ ପାୱାର ବ୍ୟାକ ଅପ ପାଇଁ ଡି.ଜି ସେଟ ଅଛି କିନ୍ତୁ ସମୟ ସମୟରେ ଆର୍ଦ୍ରତା କାରଣରୁ ଅସୁବିଧା ହଉଚି ସେଇଥିପାଇଁ ଜିଲ୍ଲାପାଳ ତାଙ୍କର ୦୨ ଜଣ ଷ୍ଟାଫଙ୍କୁ ସେଠାରେ ୦୭ ଦିନ ପାଇଁ ରଖି ତାହାର କାର୍ଯ୍ୟକାରିତା ଉପରେ ନଜର ରଖିବାକୁ କହିଥିଲେ। ଯେଉଁ ୱାର୍ଡ ମାନଙ୍କରେ ଏ.ସି. ର ବନ୍ଦୋବସ୍ତ ନାହିଁ ସେଠି ତୁରନ୍ତ ଏ.ସି. ଲଗାଇବାକୁ ଆର ଆଣ୍ଡ ବି ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ସମସ୍ତ ମହଲାକୁ ଯାଇ ସମସ୍ତ କାର୍ଯ୍ୟ ପରିଦର୍ଶନ କରିଥିଲେ । ଯଦି ନିକଟ ଅତୀତ ରେ କିଛି ୱାର୍ଡକୁ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଏ ତାହାଲେ ସେଇଥିପାଇଁ ଆବଶ୍ୟକୀୟ ବେଡ଼ ଓ ଅନ୍ୟାନ୍ୟ ସରଞ୍ଜାମ ଉପଲବ୍ଧ ଅଛି କି ନାହିଁ ପଚାରି ବୁଝିଥିଲେ। ଆବଶ୍ୟକୀୟ ଜିନିଷ ଅଛି ବୋଲି ସୁପାରିନଟେଣ୍ଡେଣ୍ଟ କହିଥିଲେ । ଏହାପରେ ମେଡିକାଲ କଲେଜର ଅଗ୍ନି ଅନୁମତି ପ୍ରମାଣ ପତ୍ର ପାଇଁ ଆବଶ୍ୟକୀୟ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମେଡିକାଲକାଲ କଲେଜର ସମସ୍ତ ଡାକ୍ତର ଏବଂ ଅନ୍ୟ ମାନଙ୍କ ସହିତ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ସମିକ୍ଷା ବୈଠକ କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିଜର ଶୁଭେଚ୍ଛା ଜଣାଇ ପ୍ରତ୍ଯାବର୍ତ୍ତନ କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ଯାଜପୁର ଅତିରିକ୍ତ -ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ,ମେଡିକାଲ କଲେଜେର ଡିନ ଓ ପ୍ରିନସିପାଲ, ସୁପରିଟେଣ୍ଡେଣ୍ଟ ,ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଜୟ କୁମାର ମିଶ୍ର,ରାସ୍ତା ଓ ଗୃହ ନିର୍ମାଣ ଅଧିକାରୀ, ଜିଇଡି ର କର୍ମକର୍ତ୍ତା,ଏଲ ଏଣ୍ଡ ଟି,ଟାଟା ପାୱାର ର ବିଦ୍ୟୁତ ବିଭାଗ,ମେଡିକାଲ କଲେଜର ୪ ଜଣ ହସ୍ପିଟାଲ ପରିଚାଳକ,ଜାତୀୟ ସ୍ୱାସ୍ଥ୍ୟ ମିଶନର ଆସିଷ୍ଟାଣ୍ଟ ଇଞ୍ଜିନିଅର,ଜୁନିଅର ଇଞ୍ଜିନିଅର ଓ ଡିପିଏମ ଆଦି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.