ମୌଳିକ ସୁବିଧା ଦାବିରେ ଆଦିବାସୀଙ୍କ ଧାରଣା ୩ୟ ଦିନରେ ପହଞ୍ଚିଛି,ଗାଁ ର ବାସ୍ତବ ସ୍ଥିତି ଦେଖିବା ପାଇଁ ବିଭାଗୀୟ ଅଧିକାରୀ ପହଞ୍ଚିଲେ ।

0 298

ଭଞ୍ଜନଗର,୨୮/୦୨(ପିପିଟି):ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଙ୍କୁ ଆଦିବାସୀ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିର ଅହରାତ୍ର ଧାରଣା ୩ୟ ଦିନରେ ଅବ୍ୟାହତ ରହିଛି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ସ୍ବାଧିନତାର ୭୬ ବର୍ଷ ପରେ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚାଇବାରେ ସରକାର ଓ ଜିଲ୍ଲା ପ୍ରଶାସନର ଅକ୍ଷମତାକୁ ଭଞ୍ଜନଗର ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡ଼ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ନୀତି,ସମ୍ବିଧାନ ବିରୋଧୀ, କୃଷକ ଓ ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ କଠୋର ଭାଷାରେ ସମଲୋଚନା କରିଥିଲେ। ୨ୟ ଦିନରେ ଆଲୋଚନା କରିବା ପାଇଁ ଆସିଥିବା ବିଭାଗୀୟ ଅଧିକାରୀମାନେ ଗାଁରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏପଟେ ଖରା ବର୍ଷା ମଶା ଡାଉଁଶ କୁ ଖାତିର ନକରି ଖନ୍ଧା ଖୋଳି ହଣ୍ଡାରେ ରୋଷେଇ କରି ଲୁଣ ଲଙ୍କା ଭାତ ଖାଇ ଖୋଲା ଆକାଶରେ ୩ ଦିନ ହେଲା ଦିନ ରାତି ଖୋଲା ଆକାଶରେ ପଡ଼ି ରହିଛନ୍ତି। ରାତିରେ ମଶାରୀ ଟାଙ୍ଗୀ ଜୀବନ ବିତୁଛି। ମା ମାନେ ଧାରଣାରେ ବସି ରହିଥିବାରୁ ଗାଁ ରେ ଥିବା ଛୁଆ ପିଲା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ପଟେ ମା ମନ ଛଟପଟ ହେଉଛି କିନ୍ତୁ ଉପଜିଲ୍ଲାପାଳ ସରଳ ଆଦିବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ପହଞ୍ଚାଇବାରେ ସଫଳ ପ୍ରୟାସ କରିନାହାନ୍ତି । ଆଜିର ଏହି ଗଣଧାରଣାରେ କଂଗ୍ରେସ ଦଳର ଦେବୀ ବିଷୋୟୀ, ଗୁଣ୍ଡୁରିବାଡି ଦଳିତ ନେତା ମାଟିଆ ନାୟକ, ଯୁବ ନେତା ମୂରଲୀଧର ପଣ୍ଡା ଆଦି ବହୁ ନେତୃତ୍ବ ଆସି ସଂହତି ଜଣାଇବା ସହ ସମସ୍ତ ପ୍ରକାର ସମର୍ଥନ ପ୍ରଦାନ କରିଛନ୍ତି। ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଂଗଠନର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ,ଆଦିବାସୀ ଭାରତ ମହାସଭାର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ,ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ସୁବାସିନୀ ଜାନି,ନିର୍ମଳା ଜାନି,ଓଡ଼ିଶା ଜାନି,ଗାଇ ମଲ୍ଲିକ,କର୍ଣ୍ଣ ଜାନି,ବିଜୟ ଜାନି,ଆଦିବାସୀ ଭାରତ ମହାସଭାର ଲଢୁଆ ନେତ୍ରୀ ମଞ୍ଜରୀ ଜାନି ଆଦି ଧାରଣାକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.