***ମୋ ଆଖିରୁ***

0 61

ମୋ ଆଖିରୁ ଲୁହ ଟୋପେ ଝରିଲେ କାଳିଆ
ତୋତେ କି ଲାଗିବ ଭଲ…..
ଦୁଃଖରେ ମୁଁ ପଡି ପଡି ମରିଲେ କାଳିଆ
ତୋତେ କି ଲାଗିବ ଭଲ…..
କାଳିଆ…..(ଘୋଷା)
ଏ ସଂସାରେ ଆସିଛି ମୁଁ ତୋହରି ପାଇଁ
ଦେଇଛୁ ଜନ୍ମ ମୋତେ କଳା କହ୍ନାଇ
ତୋ ନାମକୁ ଜପିବିରେ
ତୋ ପାଦକୁ ସେବିବି….
ବିପଦ ଆସିଲେ ଦୁଃଖ କାହାକୁ ମୁଁ କହିବି…..!୧!
ମୋ ପିଣ୍ଡରେ ଖେଳେ ଆତ୍ମା ତୋହରି କୃପାରେ
ମୋର ଯେତେ ହାନି ଲାଭ ତୋହରି ହାତରେ
ତୁ ମୋ ଆଶା ଭରସାରେ
ତୁ ମୋ ଜୀବ ଜୀବନ…..
ତୋ ବିନା କି ହେବ ବଞ୍ଚି ପତିତପାବନ….!୨!
ଏତେ ବଡ ଦୁନିଆରେ କ୍ଷୁଦ୍ର ଜୀବ ମୁହିଁ
ଦୁଃଖର ବୋଝ ବୋଝେଇ ଚାଲି ନପାରଇ
ତୁ ମୋ ଭଙ୍ଗା କୁଡିଆରେ
ଆଶା ଦୀପ ଶିଖା….
ଅନ୍ଧାରରେ ପଡି କାନ୍ଦୁଛି ତୁ ମୋ ପ୍ରାଣ ସଖା….!୩!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.