ପୋଲସରା,୦୯/୦୩(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତରେ ମାର୍ଚ୍ଚ ୦୯ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ଏବିଡିଓ ଧର୍ମରାଜ ପରିଡା ଓ ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସ୍ଥରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ସିଡିପିଓ ବବିତା କୁମାରୀ ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ପିଣ୍ଟୁ କୁମାର ସେଠୀ ପ୍ରମୁଖ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୧୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୯ ଟି ଅଭିଯୋଗ ବ୍ୟକ୍ତିଗତ ଓ ୩ ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଶିବିରରେ ତତ୍କାଳୀନ ୯ ଟି ଅଭିଯୋଗ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଏସଏସଓ, ବିଭିଓ, ଆରଡ଼ି ଜେଇ, ଏବିଇଓ ପ୍ରଭୃତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜନଶୁଣାଣି ଅଫିସର ଜ୍ୟୋତି ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ମୋଟାବାଡ଼ି ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।