ଭଞ୍ଜନଗର, ୧୩/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରୀ ଠାରେ ଆଜି ଦଣ୍ଡଯାତ୍ରା ର ଶେଷ ଦିବସ ମେରୁ ଯାତ୍ରା ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ହେଲେ ପ୍ରଚଣ୍ଡ ରୌଦ୍ର ତାପ ଓ ଗୁଳୁଗୁଳିରେ ଭକ୍ତ ମାନେ ଡ଼ହକ ବିକଳ ହୋଇଥିଲେ। ଟାଣ ଖରାକୁ ସହ୍ୟ କରି ନପାରି ଜଣେ ୬୦ ବର୍ଷର ବୃଦ୍ଧା ହାଠାତ୍ ଭିଡ଼ ଭିତରେ ଅଚେତ ହୋଇ ପଡ଼ିଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଗାଲେରୀ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ବୃଦ୍ଧାଙ୍କ ପରିଚୟ ମିଳି ନଥିବା କଥା ଗାଲେରୀ ଫାଣ୍ଡି ଅଧିକାରୀ ଭଗୀରଥି ନାୟକ ପ୍ରକାଶ କରିଛନ୍ତି ।
ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ