ସୁବର୍ଣ୍ଣପୁର ,୧୪/୦୯(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ଓ ସର୍ବବୃହତ ଗ୍ରାମ ମେଣ୍ଡା ଗ୍ରାମକୁ ଏକ ବ୍ଲକ କରିବା ଦାବି ନେଇ ମେଣ୍ଡା ଗ୍ରାମବାସୀ ଓ ଆଖପାଖରେ ଥିବା ପଞ୍ଚାୟତ ର ଏକ ପ୍ରତିନିଧି ମଣ୍ଡଳୀ ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନ ଓ ଓଡ଼ିଶାର ପଂଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକଙ୍କୁ ସମ୍ବଲପୁର ସର୍କିଟ ହାଉସ ରେ ଭେଟିବା ଶହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମେଣ୍ଡା ଗ୍ରାମବାସୀ ଙ୍କ ଦାବୀ ଯେ ମେଣ୍ଡା କୁ ଏକ ବ୍ଲକ କଲେ ଆଖପାଖ ଥିବା ଅଞ୍ଚଳ ର ବହୁ ପଞ୍ଚାୟତ ଯଥା_ ମେଣ୍ଡା, ଦେଉଳପଦର,ରାଣୀସଡା, ପୁଆ, ପାଇକବାହାଲ,ଜରା ଜାରିଙ୍ଗ,ଶିବତୁଳା , ନାରାୟଣପୁର, ଛକୋରମାଳ ଗ୍ରାମପଞ୍ଚାୟତ ର ଜନସାଧାରଣ ଉପକୃତ ହୋଇ ପାରିବେ । ତା ସହ ମେଣ୍ଡା ଅଞ୍ଚଲ ସାମଗ୍ରିକ ଭାବରେ ମଧ୍ୟ ଉପକୃତ ହେବା ସହ ଉନ୍ନତି ହୋଇପାରିବ ବୋଲି ପ୍ରତିନିଧି ମଣ୍ଡଳୀ ସୂଚନା ଦେଇଛନ୍ତି ।ରାଜା ରାଜୁଡା ଅମଳରୁ ମେଣ୍ଡା ଏକ ଗଡଜାତ,ଉନ୍ନତ ସଂସ୍କୁତି ସମ୍ପନ୍ନ ତଥା ଐତିହାସିକ ସ୍ଥାନ ରୂପେ ପରିଚିତି ରହିଛି l ମେଣ୍ଡାଗାଁଟି ବ୍ଲକ ହେବାପାଇଁ ସମସ୍ତପ୍ରକାର ଯୋଗ୍ୟତା ଥିବା ଶହ ମେଣ୍ଡା ଅଂଚଳର ଅନେକ ଗାଁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବାରୁ ଠିକ ହିସାବରେ ଉନ୍ନତି ହୋଇପାରିନଥିବା ଶହ ଉପେକ୍ଷିତ ହୋଇଛି ପଡ଼ିରହିଛି । ମେଣ୍ଡା ଯଦି ବ୍ଲକରେ ପରିଣତ ହୁଏ ତାହେଲେ ସାରା ଅଂଚଳର ଉନ୍ନତି ହୋଇପାରିବ ବୋଲି ପ୍ରତିନଧି ମଣ୍ଡଳୀ ମତ ପ୍ରକାଶ କରିଛନ୍ତି । ଅଜିର ଏହି ପ୍ରତିନିଧି ମଣ୍ଡଳୀ ରେ ଭିକାରି ମେହେର, ମୁକୁନ୍ଦ ସାହୁ,ସାମ୍ବାଦିକ ନରୋତ୍ତମ ମଲ୍ଲିକ,ବିଭୁତି ଝାଙ୍କର, ଗୋପାଳ କର୍ମୀ, ଭୁବନାନନ୍ଦ ବାଦୀ, ଅଶୋକ ବିଶି, ପଦ୍ମନାଭ ମଲ୍ଲିକ, ନନ୍ଦକିଶୋର ଦଣ୍ଡସେନା, ପ୍ରବୀର ମେହେର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ