ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ।

0 256

ପୋଲସରା,୧୦/୦୩(ପିପିଟି):ସନ ସାଇନ ହସ୍ପିଟାଲ ଭୁବନେଶ୍ଵର ଏବଂ ଓମ ହୋଲସେଲ ମେଡିକାଲ ଷ୍ଟୋର ଚିରିକିପଡା ଶାସନ ଓ ଓମ ଚାରିଟେବୁଲ ଟ୍ରଷ୍ଟ ପୋଲସରା ମିଳିତ ଆନୁକୂଲ୍ୟରେ ଏକ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଅଛି । ଶିବିରର ସ୍ଥାନ- ଓମ ହୋଲସେଲ ମେଡିକାଲ ଷ୍ଟୋର, ତୁଳସୀନଗର ଛକ ଚିରିକିପଡ଼ାଶାସନ ଠାରେ ରବିବାର ଦିନ ସକାଳ ୯.୦୦ ଘଣ୍ଟିକା ଠାରୁ ଅପରାହ୍ନ ୨.୩୦ ଘଣ୍ଟିକା ପର୍ଯ୍ୟନ୍ତ ଆୟୋଜନ କରାଯାଇଅଛି । ଉକ୍ତ ଶିବିରକୁ ଡ଼ାକ୍ତର ଦେବାଶିଷ ଷଡ଼ଙ୍ଗୀ (ଅସ୍ତି୍ସଲ୍ୟ ବିଶେଷଜ୍ଞ) ଓ ଡ଼ାକ୍ତର ଗୌରବ ମୁଖାର୍ଜୀ (ଭେଷଜ ବେଶେଷଜ୍ଞ), ବରିଷ୍ଠ ସମାଜସେବୀ ଚନ୍ଦ୍ରହାସ ସାହୁ,ଦେବେଶ କୁମାର ସାହୁ (ପ୍ରତିଷ୍ଠାତା,ଓମ ଚାରିଟେବୁଲ ଟ୍ରଷ୍ଟ ପୋଲସରା ), ସିଫାନି ସାହୁ, ନାରାୟଣ ସାହୁ,ସୁଦାମ ଜେନା, ଶିବନାରାୟଣ ପ୍ରଧାନ,କୃତିନାଥ ବେହେରା,ବସନ୍ତ ଦଳାଇ,ସରୋଜ ସାହୁ,ପ୍ରଶାନ୍ତ କୁମାର ସାହୁ,ସରୋଜ କୁମାର ନାୟକ,ଅଶୁତୋଷ ସାହୁ ଏବଂ ଓମ ଚାରିଟେବୁଲ ଟ୍ରଷ୍ଟ ପୋଲସରା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟର ପରୀକ୍ଷା ନିଃଶୁଳ୍କ କରାଗଲା । ମୋଟ ୧୯୨ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରଗଲା । ୧୫୫ ଙ୍କୁ ଔଷଧ ମାଗଣାରେ ପ୍ରଦାନ କରାଯାଇଛି,୩୫ ଙ୍କୁ ଶରୀରର ବିଭିନ୍ନ ପ୍ରକାର ରୋଗ ପାଇଁ ଚିହ୍ନଟ କରାଗଲା ।

Leave A Reply

Your email address will not be published.