ମେକ୍ସ ପିକଅପ ଭେନ ଧକ୍କାରେ ୩ଯୁବକ ମୃତ, ଜଣେ ଗୁରୁତର ।

0 270

ସୁବର୍ଣ୍ଣପୁର ,୨୫/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସୋନପୁର ସମ୍ବଲପୁର ରାସ୍ତାର ମାଁ ମେଟାକାନି ମନ୍ଦିର ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ମନ୍ଦିର ନିକଟ ଏକ ଚା ଦୋକାନରେ ସ୍ଥାନୀୟ ଅଂଚଳର କିଛି ଯୁବକ ଚା ପିଉଥିବା ବେଳେ ସୋନପୁର ପଟରୁ ସମ୍ବଲପୁର ପଟକୁ ଯାଉଥିବା ଏକ ମେସ୍କ ପିକଅପ ଗାଡି ଆସି ବାଡେଇ ଦେବାରୁ ତିନି ଜଣ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସୀତ ହେଉଛନ୍ତି । ଏହି ମୃତକ ଯୁବକ ମାନେ ହେଲେ ଉଲୁଣ୍ଡା ବ୍ଲକ ଅଇଁଲାଛାଟ ଗାଁର ରାଜା କୁମ୍ଭାର, ନାରାଣଟିକ୍ରା ଗାଁର ଦେବାନନ୍ଦ ସୂଜଳ ଓ ମାଟଖାଇ ବଲପାଲି ଗାଁର ସୁସାନ୍ତ ସାହୁ ବୋଲି ଜଣା ପଡିଛି । ଏହି ମେସ୍କ ପିକଅପ ଗାଡି ଟି ତିନୋଟି ବାଇକ ଓ ଗୋଟିଏ ଅଟୋ ରିକ୍ସାକୁ ମଧ୍ୟ ବାଡେଇ ଚୁରମାର କରିଦେଇଛି । ଘଟଣା ସ୍ଥାଳରୁ ମେସ୍କ ପିକଅପ ଗାଡିିଟି ଫେରାର ମାରିବାରେ ସଫଳ ହୋଇଛି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଚିଂ ଘଟଣାର ଅନୁସନ୍ଧାନ କରିବା ସହିତ ଗାଡିଟିକୁ ଖୋଜୁଥିବା ସୂଚନା ମିଳିଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.