ବୋଲଗଡ଼,୨୯/୧(ପିପିଟି):ବୋଲଗଡ ବ୍ଲକ ବଡକୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିହଖଉରୁଣୀ ଗ୍ରାମର ଗରିବ ଖଟିଖିଆ ଦିନ ମଜୁରିଆ ଚାଷୀ ଧରମୁ ଛୁଆଳସିଂହଙ୍କ ୫୬ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ଗତ କାଲି ମୂର୍ତ୍ୟବରଣ କରିଅଛନ୍ତି। ମୂର୍ତ୍ୟୁ ସଯ୍ୟାନିକଟରେ ତାଙ୍କର ଧର୍ମପତ୍ନୀ ମମତା ଛୁଆଳସିଂହ (୪୩) ଓ ଏକ ମାତ୍ର ପୁତ୍ର ସାନ୍ତାନୁ ଛୁଆଳସିଂହ (୨୦) ରହିଥିଲେ। ମୃତ୍ୟୁର ଖବର ପାଇ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଡିହଖ ଉରୁଣୀ ସେବା ସମବାୟ ବ୍ୟାଙ୍କର ସଭାପତି ବେଲାଳସେନ ବଳିଆରସିଂହ, ସମ୍ପାଦକ ଲକ୍ଷ୍ମୀଧର ଷଣ୍ଢ ଓ ପିଅନ ପିଙ୍କନ ମାଝି ପ୍ରମୁଖ ଚାଷୀଙ୍କ ଘରକୁ ଯାଇ ବିନା ସୁଧରେ କୃଷିଊଣ ସହାୟତା ଯୋଗାଇ ଦେଇଅଛନ୍ତି। ମୃତ ଚାଷୀ ଧରମୁ ଛୁଆଳସିଂହ ଡିହଖଉରୁଣୀ ସେବା ସମବାୟ ସମିତିରେ ଧାନ ମଣ୍ଡିରେ ଧାନ ଦେବାପାଇଁ ନାମ ପଞ୍ଜୀକରଣ କରିଥିବାରୁ ତାଙ୍କ ପତ୍ନୀ ମମତା ଛୁଆଳସିଂହ ଧାନ ବିକ୍ରୟ କରିବାକୁ ବ୍ୟାଙ୍କ ନିର୍ଦ୍ଦେଶ ପ୍ରକାଶ ଚନ୍ଦ୍ର ରାଉତରାୟ ସମସ୍ତ ସରକାରୀ ସହଯୋଗ କରିଅଛନ୍ତି ଓ ତାଙ୍କ ପରିବାର କୁ ଏକ ବସ୍ତା ଚାଉଳ, ପାଞ୍ଚ କେଜି ଡାଲି ଓ ପନିପରିବା ଯୋଗାଇ ଦେଇ ଅଛନ୍ତି।ଚାଷୀ ନେତା ପ୍ରକାଶଙ୍କର ଏଭଳି ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଡିହଖଉରୁଣୀ ଗ୍ରାମବାସୀ ମାନେ ଉଚ୍ଚ ପ୍ରସଂଶା କରିଅଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।