ଯାଜପୁର,୦୮/୧୦(ପିପିଟି): ବିଜୟ ହେଉ ଅବା ପରାଜୟ । କିଛି ଲୋକଙ୍କୁ ତାଙ୍କ ପଥରୁ ବିଚ୍ୟୁତ କରି ପାରେ ନାହିଁ । ସେଇଭଳି ଜଣେ ବ୍ୟକ୍ତି ହେଲେ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗତ ନିର୍ବାଚନରେ ପରାଜିତ ହୋଇଛନ୍ତି ସେ । ହେଲେ ପରାଜୟ ତାଙ୍କ ବ୍ୟକ୍ତିତ୍ୱ ଉପରେ ଟିକିଏ ପ୍ରଭାବ ପକାଇ ନାହିଁ । ବିଧାୟକ ଓ ମନ୍ତ୍ରୀ ଥିଲା ବେଳେ ଯେମିତି ସୁଖରେ ଦୁଃଖରେ ନିଜ ଲୋକଙ୍କ ପାଖକୁ ଦୌଡ଼ି ଯାଉଥିଲେ ଏବେ ବି ସେମିତି ପହଞ୍ଚି ଯାଉଛନ୍ତି । ଆଉ ଦଳ ମତ ନିର୍ବିଶେଷରେ ସୁଖ ଦୁଃଖ ବାଣ୍ଟୁଛନ୍ତି । ଆଜି ଡୁବୁରୀ ପଞ୍ଚାୟତର ଆଗ ଧାଡ଼ିର ବ୍ୟକ୍ତି ତଥା ଡୁବୁରୀ ଛକ ବଜାର କମିଟିର ସଭାପତି ସୁଧାଂଶୁ ରାଉତଙ୍କ ଅକାଳ ବିୟୋଗ ହୋଇଛି। ସୁଧାଂଶୁଙ୍କ ଦେହାନ୍ତ ହେବାର ଖବର ପାଇ ସ୍ମଶାନରେ ପହଞ୍ଚିଥିଲେ ପ୍ରୀତିରଞ୍ଜନ । ତାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଏଭଳି ଦୁଃଖ ସମୟରେ ମା ବିରଜା ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ)