ବୋଲଗଡ଼,୦୧/୧୧(ପିପିଟି):ବୋଲଗଡ଼ ସଦର ମୁଖ୍ୟାଳୟ ବସ ଷ୍ଟାଣ୍ଡ ବଜାରରେ ଚାଳିତ ଗାଡିର ଚାଳକଙ୍କର ଶନିବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଛି।ଘଟଣାରୁ ଜଣାପଡିଛି ODO2ABO599 ନମ୍ବର ବିଶିଷ୍ଟ ‘ବିଶାଖା’ ନାମକ ଏକ ଘରୋଇ ବସ ପୁରୁଷ ମହିଳା ଛୋଟ ଛୁଆଙ୍କ ସମେତ ପ୍ରାୟତଃ ୫୦ଜଣରୁ ଉର୍ଦ୍ଧ ପାସେଞ୍ଜର ମାନଙ୍କୁ ନେଇ ଭୁବନେଶ୍ୱରରୁ ସୋରଡା ଭଞ୍ଜନଗର ଅଭିମୁଖେ ଯାଉଥିଲା। ବୋଲଗଡ଼ ଷ୍ଟାଣ୍ଡରେ ଗାଡି ରହଣି କରି ତାର ଆତ୍ମୀୟଙ୍କ ସହିତ କଥାବାର୍ତ୍ତା ପରେ ଗାଡି ଚାଳନା କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ ଗାଡିର ଷ୍ଟେରିଂ ଉପରେ ସଜ୍ଞାହୀନ ହୋଇ ଗୁରୁତ୍ତର ଅବସ୍ଥାରେ ଲୋଟି ପଡ଼ିଥିଲେ।ପରେ ବସର ଅନ୍ୟ କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକେ ତାଙ୍କୁ ଏକ ଅଟୋରିକ୍ସାରେ ଚିକିତ୍ସା ନିମନ୍ତେ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ବିଜୟ କୁମାର ସେଠୀ ମୃତକ ଓ ଗାଡିର ମାଲିକାନାଙ୍କ ସମ୍ପର୍କରେ ପଚରା ଉଚରା କରି ଫେରିଥିଲେ।ତେବେ ଗାଡିର ଚାଳକ ସ୍ଥାନୀୟ ସାଗରଗୁଆଁ ପଞ୍ଚାୟତର ଗୋଡ଼ିଆଳି ଗ୍ରାମର ସୁବଳ ମାର୍ଥାଙ୍କ ପୁଅ ଶରତ ଚନ୍ଦ୍ର ମାର୍ଥା(୫୫) ବହୁ ବର୍ଷ ଧରି ଚୁଡା ଗ୍ରାମରେ ପରିବାର ଧରି ରହି ଆସୁଥିଲେ।ପରେ ଖବର ପାଇ ମୃତକଙ୍କ ପରିବାର ଲୋକେ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଏବଂ ବସରେ ଥିବା ସମସ୍ତ ପାସେଞ୍ଜର ସୁରଖିତ ଥିବା ଜଣାପଡିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।