ପୋଲସରା,୨୪/୦୨(ପିପିଟି):ପୋଲସରା ଏନ.ଏ.ସି ୱାର୍ଡ଼ ନଂ – ୦୮ ହରିଜନ ସାହିର ଅଭାଗିନୀ ନାହାକ (ବୟସ – ୨୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିଭଳି ବୁଗୁଡ଼ା ବ୍ଲକ୍ ବେଲପୁର ଗ୍ରାମର ସନ୍ତୋଷ ଜେନା (ବୟସ – ୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।