ମୁର୍ଷୁଣ୍ଢୀରେ ମାଁ ଗଜଲକ୍ଷ୍ମୀ ଙ୍କୁ ମେଲାଣି ।

0 49

ଉଲୁଣ୍ଡା ,୦୭/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ନଅ ଦିନ ବ୍ୟାପି ପାଳିତ ହୋଇଥିବା ଗଜଲକ୍ଷ୍ମୀ ପୁଜା ସରିବା ପରେ ଆଜି ଦେବୀ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାର ୪୧ ତମ ବର୍ଷ ରେ ପଦାର୍ପଣ କରିଥିବାବେଳେ ଆଜି ମାଁ ଙ୍କ ଭସାଣି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମାଁ ଙ୍କ ଏକ ବିରାଟ ଶୋଭାଯାତ୍ରା ପୂଜା ମଣ୍ଡପରୁ ବାହାରି ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିବା ପରେ ନିକଟସ୍ଥ ହରିହର ଯୋର ଘାଟରେ ପହଂଚିବା ପରେ ସେଠାରେ ମାଁଙ୍କୁ ଭସାଣି କରାଯାଇଥିଲା ।ଏଥର ମାଁଙ୍କ ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ବିଭିନ୍ନ ପାରମ୍ପାରିକ ନୃତ୍ୟ ଘଣ୍ଟବାଦ୍ୟ ସହ ଡିଜେ,ରେକର୍ଡ ଡେନ୍ସ, ଦୁଲଦୁଲି ବାଦ୍ୟ ଏହି ଶୋଭାଯାତ୍ରାରେ ଯୋଗଦେଇ ସହରପରିକ୍ରମା କରିଥିବା ବେଳେ ଦର୍ଶକ ବେଶ ଖୁସି ଥିବା ସହିତ ଆୟୋଜକ ମଣ୍ଡଳି ମଧ୍ୟ ଭସାଣି ଶୋଭାଯାତ୍ରାକୁ ନେଇ ବେଶ ଉପଭୋଗକରିଥିବା ଦେଖାଦେଇଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.