ମୁନିସିପାଲିଟି ଅଧ୍ୟକ୍ଷଙ୍କ ଦ୍ୱାରା ସହରରେ ଖୋଲିଲା ଜଳଛତ୍ର ।

0 181

ଭଞ୍ଜନଗର, ୧୮/୦୩(ପିପିଟି):ଗ୍ରୀଷ୍ମପ୍ରବାହକୁ ଦୃଷ୍ଟି ରେ ରଖି ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳଯୋଗାଣ ନିମନ୍ତେ ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ମୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଆଜି ଜଳଛତ୍ର ଉଦଘାଟନ କରିଛନ୍ତି। ଆଜି ସକାଳୁ ମୁନିସିପାଲିଟି ଅଫିସ ନିକଟରେ ଥିବା ରଘୁନାଥ ମନ୍ଦିର ସାମ୍ନାରେ ଓ ପୁରୁଣା ଜେଲ ନିକଟରେ ଥିବା ହନୁମାନ ମନ୍ଦିର ସାମ୍ନା ରେ ଜଳଛତ୍ର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର,ଟେକ୍ସ କଲେକଟର ଶୁଭମ ପାଢୀ, ଆକାଉଣ୍ଟେଣ୍ଟ ମୁନା ସେଠି, ମିଳନ ମୋହନ ମୁର୍ମୁ, ଅଳକା ଷଡ଼ଙ୍ଗୀ, ଜେଏସଇ ଅମ୍ରିତା ନାୟକ, ଏସପିସି ସୁନିତା ପ୍ରିୟଦର୍ଶିନୀ, ଟିଓଏଫସି ସୁବର୍ଣ୍ଣରେଖା ରାଓ, ମମତା ପଣ୍ଡା, ସୁମିତ୍ରା ନାୟକ, ସ୍ୱଚ୍ଛ ସୁପରଭାଇଜର ଝିଲି ବେହେରା, କାଉନସିଲର ଙ୍କ ମଧ୍ୟରେ ପି.ପ୍ରଶାନ୍ତ ରାଓ,ରବି ବେହେରା, ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭଞ୍ଜନଗର ସହର ର ଆଉ ୮ ଟି ସ୍ଥାନରେ ଜଳଛତ୍ର ଖୋଲିବ ବୋଲି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.