ରାୟଗଡା,୦୮/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଏକ ଘରୁ ୫୫୩ କେଜି ଗଞ୍ଜେଇ ଜବତ କରିଛି। ଚନ୍ଦ୍ରପୁରୁ ବ୍ଲକ ଅଧିନସ୍ଥ ଡାଙ୍ଗସୋରଡା ପଞ୍ଚାୟତର କୁଟୁଡୁକୁପା ଓ ମୁଚିକିଗୁଡା ଛକର ଗୋଟିଏ ଘରେ ଏହି ଗଞ୍ଜେଇ ରଖି ଦୁଇଦିନ ମଧ୍ୟରେ ବିକ୍ରି ପାଇଁ ଯୋଜନା ଥିଲା। କୌଣସି ସୂତ୍ରରୁ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଖଵର ପାଇ ଜାଲ ବିଛାଇଥିଲେ। ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏସଆଇ ଚନ୍ଦ୍ରମା ଶବର, ନରସିଂହ ଵେହେରା, ଡି. ନାୟକ ଓ କନଷ୍ଟେବଳ ନିରଞ୍ଜନ ଦାଶ,ରଵି ଵିଡିକା,ମନୋଜ ସାହୁ, ରଘୁନାଥ ପ୍ରଧାନୀ, ଘନଶଵର, ଆର.ପି. ନାୟକ, ବିରଞ୍ଚି ଚୌଧୁରୀ, ଖଗେଶ୍ବର ଦେହୁରୀ, ତ୍ରିଲୋଚନ ନାୟକ, ନିଦା ଶବର, ପ୍ଲାଟୁନ କମାଣ୍ଡର ଟୁଲୁପାଢୀ ଆଦିଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା। ଏସ ଡିପିଓ ଶ୍ରୀ ସାହୁ ଓ ଆଇଆଇସି ଶ୍ରୀମତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୁଟୁଡୁକୁପା ଓ ମୁଚିକିଗୁଡା ଛକରେ ଥିଵା ଘର ଉପରେ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ଆସାମୀ କଵିରାଜ ଜାଗାରାଙ୍ଗାଙ୍କୁ ଗିରଫ କରି ମୁନିଗୁଡା ଥାନାକୁ ଅଣାଯାଇଛି। ସମସ୍ତଅଭିଯୁକ୍ତ କୁଟୁଡୁକୁପାର ଅଟନ୍ତି। ମୁନିଗୁଡା ଥାନା କେଶ ନମ୍ଵର ୭୧/୨୦୨୧ରେ ତା୮.୬.୨୧ ପ୍ରକାରେ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିଵଵୋଲି ଏସଡିପିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏସଆଇ ଚନ୍ଦ୍ରମା ଶବର ଏହି କେସରେ ଆଇଓ ଥିବା ଥିଵାଵେଳେ ଏସ ଡିପିଓ ଆକାଶ ଚନ୍ଦ୍ର ସାହୁ ଏଠାରେ ଯୋଗ ଦେଲାଦିନଠୁ ୬ ହଜାର କୁଇଣ୍ଟାଲ ଚୋରା ଗଞ୍ଜେଇ ଧରି ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି।
(ରିପୋର୍ଟ- ନବୀନ ନାୟକ ବେହେରା। )