କାଦୋଦାର ମଣ୍ଡିରେ ତାଲା ପକାଇବା ଘଟଣା,ପ୍ରଶାସନର ପ୍ରତିଶୃତି ପରେ ମଣ୍ଡିରୁ ତାଲା ଖୋଲିଲେ ଚାଷୀ ।

0 320

ଉଲୁଣ୍ଡା,୦୮/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ମଣ୍ଡିରେ ଧାନ କିନାରେ ଅବ୍ୟବସ୍ଥାକୁ ନେଇ ଶନିବାର ଅଂଚଳରକେତେକ ଚାଷୀ ତାଲା ପକାଇ ଦେଇଥିଲେ । ଫଳରେ ତିନିଦିନ ହେଲା ଧାନ ବିକ୍ରି ବନ୍ଦ ରହିଥିଲା । ଆଜି ପ୍ରଶାସନ ମଣ୍ଡିକୁ ପହଞ୍ଚି ଚାଷୀଙ୍କୁ ବୁଝା ସୁଝା କରିବା ପରେ ମଣ୍ଡିରୁ ତାଲା ଖୋଲିଥିଲା ।ସୂଚନାନୁସାରେ କାଦୋଦାରର ବାବା ସିଦ୍ଧେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରବି ଋତୁର ଧନ କିଣା ଦାୟିତ୍ୱ ଦିଆଯାଇଛି ।ତେବେ ଧାନକିଣାରେ ପାତର ଅନ୍ତର,କିଛି ଦଲାଲଙ୍କର ଧାନ କିଣି ମିଲକୁ ପଠାଇବା,ଚାଷୀଙ୍କ ଧାନ କିଣିବା ପୂର୍ବରୁ ଟୋକନ ଅବଧି ଶେଷ ହୋଇଯାଉଥିବା ଆଦି ଅଭିଯୋଗ ନେଇ ଶନିବାର ପ୍ରାୟ ୨୦ଜଣ ଚାଷୀ ମଣ୍ଡିରେ ତାଲା ପକାଇଥିଲେ । ତେବେ ତିନିଦିନ ଧରି ମଣ୍ଡିରେ ଧାନ କିଣା ବନ୍ଦ ରହିବା ପରେ ଆଜି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ,ଉଲୁଣ୍ଡା ବ୍ଲକ ଯୋଗାଣ ନିରୀକ୍ଷକ ରାଜକିଶୋର ନାଏକ ପ୍ରମୁଖ ପହଞ୍ଚି ମହିଳା ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଏବଂ ସଦସ୍ୟା ମାନଙ୍କ ଉପସ୍ଥିତରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ଟୋକନ ଅବଧି ସାରିଯାଇଥିବା ଚାଷୀଙ୍କ ଧାନ କିଣାଯିବାର ବ୍ୟବସ୍ଥା କରିବା ଏବଂ ଆଗକୁ ମଣ୍ଡିରେ ଆଉ ଏଭଳି ଅବ୍ୟବସ୍ଥା ନ ହେବା ପ୍ରତିଶୃତି ଦେବା ପରେ ମଣ୍ଡିରୁ ତାଲା ଖୋଲିଥିଲେ ଚାଷୀ । ଆଗକୁ ଏଭଳି ଅବ୍ୟବସ୍ଥା ହେଲେ ପୁଣି ମଣ୍ଡିରେ ତାଲା ପଡିବ ବୋଲି ଚାଷୀମାନେ ଧମକ ଦେଇଛନ୍ତି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.