ଭଞ୍ଜନଗର ,୦୬୵୦୯(ପିପିଟି):ପ୍ରତିବର୍ଷ ଭାଦ୍ରବ କୃଷ୍ଣ ସପ୍ତମୀ କୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଆଜି ମୁଜାଗଡ଼ ତୁମ୍ଭେଶ୍ୱର ଗ୍ରୁପ ତରଫରୁ ମୁଜାଗଡ଼ ବଡଦାଣ୍ଡ ଠାରେ ଜନ୍ମାଷ୍ଟମୀ ପାଳନ କରାଯାଇଛି । ତୁମ୍ଭେଶ୍ୱର ପରିବାର ତରଫରୁ ପିଣ୍ଟୁ ବିଷୋୟୀ ଏକ ବାସୁଦେବ ଓ କୃଷ୍ଣ ଙ୍କ ପ୍ରତିମୂର୍ତ୍ତି ତିଆରି କରିଥିଲେ । ଆଜି ସନ୍ଧ୍ୟା ସମୟରେ ବଡ଼ ଦାଣ୍ଡ ଠାରେ ଶତାଧିକ ମହିଳା ଜନ୍ମାଷ୍ଟମୀ ପୂଜା କରିବା ପାଇଁ ଆସି ଜମା ହୋଇଥିଲେ । ତୁମ୍ଭେଶ୍ୱର ପରିବାର ପକ୍ଷରୁ ପୂଜାର୍ଚନା ଓ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ତୁମ୍ଭେଶ୍ୱର ପରିବାର ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।
ରିପୋର୍ଟ-ଜେ କେ ପଟ୍ଟନାୟକ