ଭଞ୍ଜନଗର ୨୭/୧୦(ପିପିଟି) : ଭଞ୍ଜନଗର ନିକଟସ୍ଥ ମୁଜାଗଡ଼ ଠାରେ ଆଜି ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ସମୟରୁ ମାଙ୍କୁ ଆବାହନ କରି ସ୍ଥାପନ କରାଯାଇଥିଲା। ପରେ ନିଆଁ ରେ ଚାଲିବା କଣ୍ଟା ପିଢାରେ ଝୁଲିଥିଲେ ମାଆ। ଏହି ସମୟରେ ମାଆଙ୍କ ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମାଆଙ୍କ ନଗର ଭ୍ରମଣ ଆରମ୍ଭ ହୋଇଥିଲା। ନାଚ ଗୀତ ବାଜା ଘଣ୍ଟ ଧ୍ୱନି ରେ ଗଗନ ପ୍ରକମ୍ପିତ ହେଉଥିଲା। ଶହ ଶହ ଭକ୍ତଙ୍କ ଭିଡରେ ଗ୍ରାମ ପରିକ୍ରମା କରିଥିଲେ ମାଆ। ଦୀର୍ଘ ପାଞ୍ଚ ବର୍ଷ ହେବ ଏହି ଯାତ୍ରା ହେଉଥିବା ଆବାହକ ସିଲୁ ସାହୁ କହିଥିଲେ। ଏହି ଯାତ୍ରା ଶେଷରେ ମାଆଙ୍କ ଫଳ ଦାନ ପାଇବା ଦ୍ୱାରା ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଏହି ଯାତ୍ରାରେ ମାନସ ଦାସ, ବଳରାମ ସାହୁ ଙ୍କ ସହ ଗ୍ରାମର ସମସ୍ତ କର୍ମକର୍ତା ଓ ମହିଳା ସହଯୋଗ କରିଥିଲେ।
ରିପୋର୍ଟ -(ଜେ. କେ ପଟ୍ଟନାୟକ)