ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ।

0 64

ଉଲୁଣ୍ଡା ,୦୩/୦୨(ପିପିଟି):ଓଡ଼ିଶା ସରକାରଙ୍କ ଓସେପା ଆନୁକୁଲ୍ୟରେ ରାଜ୍ୟର ସମସ୍ତ ଉତ୍କର୍ଷତା ଲାଭ କରିଥିବା ୫ଟି ରୂପାନ୍ତରିତ ବିଦ୍ୟାଳୟ, ସମସ୍ତ ବିଭାଗ ଶିକ୍ଷକ , ଆଲୁମିନି ଙ୍କୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ କରିଛନ୍ତି। ଏହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ସୁବଳୟା ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ବାଘ ଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣାଲତା ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଭବ୍ୟ ସଭାରେ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷିକା ବୃନ୍ଦ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବାଘ ଙ୍କ ଗୁଣଗାନ କରିବା ସହିତ ମାନପତ୍ର ଓ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ବରିଷ୍ଠ ଶିକ୍ଷକ ସଦାନନ୍ଦ ରଥ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଇଂରଜୀ ଶିକ୍ଷକ ସମ୍ପା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.