ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଦ୍ବାରା ୧୩୯୮ ରୋଗୀ ଚିକିତ୍ସିତ ।

0 273

ମାଲକାନଗିରି, ୨୧/୦୮(ପିପିଟି):ମାଲକାନଗିରି ଜିଲ୍ଲାରେ ୧୮ ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିବା ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ରେ ୧୩୯୮ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ୭ ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ମାଲକାନଗିରି ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କରିଛନ୍ତି। ସେଥିମଧ୍ୟରୁ କାର୍ଡିଓଲୋଜିରେ ୨୬୦, ନ୍ୟୁରୋଲୋଜୀରେ ୪୧୫, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୨୬୩, ଏଣ୍ଡୋକ୍ରିନୋଲୋଜୀରେ ୨୨୯ ଓ ନେଫ୍ରୋଲୋଜିରେ ୨୩୧ ଓ ୧୩୦ ଜଣ ଙ୍କର ଇସିଜି କରାଯାଇଛି । ସେହିପରି ୫୯ ଜଣଙ୍କର ଏଣ୍ଡୋସ୍କୋପି ଓ ୬ ଜଣ ରୋଗୀଙ୍କର ଲେପ୍ରୋସ୍କୋପି ଅପରେସନ କରାଯାଇଛି । ଏହି ଡାକ୍ତରୀ ଦଳରେ ସର୍ଜରୀ ସ୍ପେଶାଲିଷ୍ଟ ଏସସିବି ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଜ୍ୟୋତିର୍ମୟ ନାୟକ, ବରିଷ୍ଠ କାର୍ଡିଓଲୋଜି ଆଭାଂଶ ଟଙ୍କ, ସିନିୟର୍ ନେଫ୍ରୋଲୋଜି ଡାକ୍ତର ଧିରଜ କୁମାର ଲେଙ୍କା, ସିନିୟର୍ ନ୍ୟୁରୋଲୋଜି ଡାକ୍ତର ସଂଘମିତ୍ରା ସାହୁ, ସିନିୟର୍ ଏଣ୍ଡୋକ୍ରିନୋଲୋଜୀ ଡାକ୍ତର ସୀତାକାନ୍ତ ପଣ୍ଡା, ସିନିୟର୍ ଗାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ରାକେଶ ମହାନ୍ତି, ଆସିଷ୍ଟାଣ୍ଟ ପ୍ରଫେସର ଆନାସ୍ଥେସିଓଲୋଜି ଡାକ୍ତର ରାଜ କୁମାର ମହାପାତ୍ର ପ୍ରମୁଖ ରହିଥିଲେ।
ଜିଲ୍ଲା ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ସେବା ପାଇଁ ଜିଲ୍ଲାର ରୋଗୀ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଦ୍ୱାରା ଜିଲ୍ଲାର ହଜାରରୁ ଉର୍ଦ୍ଧ୍ବ ରୋଗୀ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବା ପାଇ ଉପକୃତ ହୋଇଥିବାରୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସିଡିଏମଓ ଡାକ୍ତର ଡୋଳାମଣି ପ୍ରଧାନ, ଡାକ୍ତର ବ୍ରଜବନ୍ଧୁ ଦାସ, ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଡାକ୍ତର କବିତା ସ୍ବାଇଁ, ଡାକ୍ତର ସପନ କୁମାର ଡିଣ୍ଡା, ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା, ଡାକ୍ତର ସୁବ୍ରତ କୁମାର ଜେନାଙ୍କ ସମେତ ଡିପିଏମ୍ ଡ଼ଃ ମୌସୁମୀ ମିଶ୍ର, ମେଡିକାଲ ମ୍ୟାନେଜର ସୁଶାନ୍ତ କୁମାର ବିଶ୍ବାଳ ଓ ବିଶ୍ୱଜିତ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.