ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କୁ କୃତଜ୍ଞତା ଜଣାଇଲେ ବୋଲଗଡ଼ବାସୀ ।

0 254

ବୋଲଗଡ଼,୧୪/୦୩(ପିପିଟି):ରାଜ୍ୟ ସରକାର ଗତ ଫେବୃଆରୀ ଶେଷ ସପ୍ତାହରେ ରାଜ୍ୟର ୩୫ଗୋଟି ଅଞ୍ଚଳକୁ ଏନଏସିର ମାନ୍ୟତା ଘୋଷଣା କରିଥିଲେ।ତେବେ ଏହି ଏନଏସି ଘୋଷଣା ତାଲିକାରେ ବୋଲଗଡ଼ର ନାମ ନଥିବାରେ ବୋଲଗଡ଼ ଅଂଚଳ ବାସୀ ଏଥି ନିମନ୍ତେ କ୍ଷୋଭ ପ୍ରକାଶ କରିଥିଲେ।ପରେ ବୋଲଗଡ଼ ବାସୀଙ୍କ ପକ୍ଷରୁ ୫ଟି ଅଧକ୍ଷ ଓ ଜିଲ୍ଲାପାଳଙ୍କୁ ବୋଲଗଡ଼କୁ ଏନଏସି ଘୋଷଣା କରିବା ପାଇଁ ଲିଖିତ ଜଣାଇ ଦିଆଯାଇଥିଲା। ତେବେ ଏନଏସି ଘୋଷଣା ବିଳମ୍ବ ହେବାରୁ ଏ ସମ୍ପର୍କରେ ଏନଏସି କ୍ରିୟାନୁଷ୍ଠାନ କମିଟି, ମହିଳା ସଂଗଠନ,ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ସାହୁ,ବିଜେଡି ଯୁବ ସଂଗଠକ ବ୍ରଜବନ୍ଧୁ ସୁବୁଦ୍ଧି,କଂଗ୍ରେସ ନେତା ପୃଥୀ ବଲ୍ଲଭ ପଟ୍ଟନାୟକ,ପ୍ରକାଶ କୁମାର ରଥ ଓ କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦୀର୍ଘ ଏକ ସପ୍ତାହ ଧରି ହୋଇଥିବା ଗଣଧାରଣାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଏନଏସି ଘୋଷଣା ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ତେବେ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟ ସରକାର ବୁଧବାର ବୋଲଗଡ଼କୁ ଏନଏସି ଘୋଷଣା କରିଛନ୍ତି। ତେଣୁ ଏହି ଅବସରରେ ବୋଲଗଡ଼ ବାସୀଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶା ଅଧକ୍ଷ ତଥା ୫ଟି ଅଧକ୍ଷ ଭି କେ ପଣ୍ଡିଆନଙ୍କୁକୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜିତ କୃତଜ୍ଞତା ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ କୁମାର ସାହୁ, ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି,କଂଗ୍ରେସ ନେତା ପୃଥୀ ବଲ୍ଲଭ ପଟ୍ଟନାୟକ,ଜୟଶ୍ରୀ ପଟ୍ଟନାୟକ ଓ ତାରା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଏତାଦୃଶ ତଥା ବୋଲଗଡ଼କୁ ଏନଏସି ଘୋଷଣା କରିଥିବାରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଓ ନବୀନ ଓଡ଼ିଶାର ଅଧକ୍ଷ ଭିକେ ପଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମିଠା ବାଣ୍ଟି ଖୁସି ମନାଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.