ପୋଲସରା୦୬/୧୦ (ପିପିଟି):ପୋଲସରା ଅଞ୍ଚଳର ସୁନାମଧନ୍ୟ ବିଶିଷ୍ଠ କଥାକାର ପ୍ରଶାନ୍ତ ନନ୍ଦଙ୍କ ଗତ ଆଶ୍ୱିନ ମାସ ୨୨ ତାରିଖ ସୋମବାର ପ୍ରତିପଦା ତିଥି ଦିବସରେ ସ୍ଵର୍ଗାରୋହଣ କରିଥିଲେ। ତାଙ୍କର ସ୍ମୃତିରେ ପୋଲସରାର ମୁକ୍ତି ମଶାଲ ଯୁବ ପରିଷଦ ପକ୍ଷରୁ ଚଳିତ ଅକ୍ଟୋବର ମାସ ୪ ତାରିଖ ଶନିବାର ତ୍ରୟୋଦଶି ତିଥି ଦିବସରେ ସ°ନ୍ଧ୍ୟା ସମୟରେ ସ୍ଥାନୀୟ କଳାଵିନୋଦ କେନ୍ଦ୍ର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ସମସ୍ତ କଳାକାର ଓ କର୍ମକର୍ତ୍ତାଙ୍କ ସମେତ ସହରର ବହୁ ସଂଖ୍ୟାରେ କଳାକାର ଏବଂ କଳାପ୍ରେମୀମାନେ ଯୋଗଦେଇଥିଲେ। ଏହି ଅବସରରେ ଦିବ°ଗତଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବାସହ ଉପସ୍ଥିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଦିଆଯାଇଥିଲା। ପରେ ସ୍ଵର୍ଗତ ନନ୍ଦ କେବଳ ଯେ, କଳାକାର ନଥିଲେ ସେ ଏକା ଧାରରେ କର୍ତ୍ତବ୍ୟବୋଧ, ସମର୍ପିତ, ଦାୟିତ୍ଵବାନ୍, ସୁସାହିତ୍ୟକ,କବି,ଲେଖକ, ଉପସ୍ଥାପକ, ପରୋପକାରୀ ଗୁଣ ସମ୍ପନ୍ନ ବ୍ୟକ୍ତିଥିଲେ। ତାଙ୍କର ଅବର୍ତ୍ତମାନରେ ପୋଲସରା ଅଞ୍ଚଳ ଜଣେ ସୁଦକ୍ଷ ବ୍ୟକ୍ତିଙ୍କୁ ସବୁଦିନ ପାଇଁ ହରାଇଲା। ତାଙ୍କର ପରଲୋକରେ କଳା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବକ୍ତା,ବୁଦ୍ଧିଜୀବୀ ଏଵଂ କଳାପ୍ରେମୀମାନେ କହିଥିଲେ। ପ୍ରାରମ୍ଭରେ ସ୍ଵର୍ଗତଙ୍କ ଫଟୋଚିତ୍ରରେ ପରିଷଦ ତରଫରୁ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ କରାଯିବାସହ ପ୍ରଦୀପ ପ୍ରଜ୍ବୋଳନ କରାଯାଇଥିବାବେଳେ ଉପସ୍ଥିତ ଅନ୍ୟମାନେ ପୁଷ୍ପାଞ୍ଜଳୀ ଦେଇଥିଲେ। ଏହି ଶ୍ରଦ୍ଧାସୁମନ ଶ୍ରଦ୍ଧାର୍ଯ୍ୟ ସଭାକାର୍ଯ୍ୟରେ ପରିଷଦର ସଂପାଦକ ତଥା ଓକିଲ ଶରତ ଚନ୍ଦ୍ର ପଟ୍ଟନାୟକ, ରାଧାଶ୍ୟାମ ପଣ୍ଡା,ଉପଦେଷ୍ଟା ଅରୁଣ କୁମାର ଜେନା ଓ ବାଳ କୃଷ୍ଣ ପାଢ଼ୀ, କାଉନସିଲର ସୁକାନ୍ତି ସାହୁ, ସୁବ୍ରତ ବେହେରା, କୃତିଦାସ ଗୌଡ଼, କୋଷାଧ୍ୟକ୍ଷ ଅଧମ ମହାପାତ୍ର, ଯୁଗ୍ମ ସମ୍ପାଦକ ବ୍ରଜେନ୍ଦ୍ର ସାହୁ (ଓକିଲ୍),ମନୋଜ,ପ୍ରତାପ,ବାଦୁଡ଼ି,କେଦାର,କବି,ଅଶୋକ, ଟୁନା,ମୁକୁନି,ନାରାୟଣ ମହାରଣା, ଚାପଧାରି, କାହ୍ନ,କାଳିଆଙ୍କ ସମେତ ଅନେକ କଳାକାରମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା