ପ୍ରେମିକା ଭାବିଣ ହୃଦେ ସାଇତିବି
କରୁଥିବି ସ୍ମୃତି ତୁମ ଚାରଣ….
ତୁମେ ଜହ୍ନ ହୋଇ ଉଇଲେ ଗଗନେ
ଦେଖୁଥିବ ମୋର ବେନି ନୟନ ।
ନିତି ପ୍ରଭାତରେ ଫୁଲ ହୋଇ ଡାଳେ
ଫୁଟିଲେ ସୁଗନ୍ଧେ ହେବି ତନ୍ମୟ….
ଶୀତ ହୋଇ କେବେ ଛୁଇଁଲେ ଦେହକୁ
ମହାନନ୍ଦେ ଆତ୍ମା ହୋଇବ ଧନ୍ୟ….!!
ଯଦି କେବେ ତୁମେ ଅପସରୀ ସାଜି
ଆସିବ ସପନେ ଗୋପନ ପଥେ….
କେତେ ମୁଁ କହିବି ପ୍ରେମର ଗଳପ
ଓଠୁ ହସ ସୁଧା ଝରିବ ସତେ…..!!
ତୁମେ ଯଦି କେବେ ବରଷା ଋତୁରେ
ଭିଜି ନାଚୁଥିବ ମୟୂରୀ ସାଜି….
ମୋ ମନ ମୟୂର ହୋଇବ ଅଥୟ
ଝୁରି ମରୁଥିବି ତୁମକୁ ଖୋଜି…..!!
ପ୍ରେମିକା ହୋଇ ମୋ ଜୀବନରେ ଥାଅ
ନ ହେଲେ ନାହିଁ ମୋ ଅଙ୍କ ଶାୟିନୀ….
ଅତୁଟ ରହିବ ପ୍ରେମର ଆବେଗ
ପ୍ରେମକ ଜୀବନ ଚାତକ ପୁଣି….!!
ତୁମେ ଭଲ ଥାଅ ଜୀବନ ତମାମ
ମୁଁ ପଛେ ମରିବି ଲୁହ ଝରାଇ…..
ତୁମେ ହସୁଥାଏ ଆଉ କାହା ବକ୍ଷେ
ଖୁସି ଦେଉଥାଅ ଘରଣୀ ହୋଇ….!!
ଜଳୁଥିବି ନିତି ବିରହ ନିଆଁରେ
ମୋ କଥାକୁ ତୁମେ ଯିବନି ଭୁଲି….
କେବେ ଯଦି ତୁମେ ହୋଇ ଯିବ ଭେଟ
ଚାଲି ଯିବି ଲୁଚି ମୁହଁ ବୁଲାଇ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭