***ମୁଁ ଆଉ ତୁ***

0 20

ମୁଁ ମହ ମହ ବାସ୍ନା ଫୁଲଟିଏ
ତୁ ଚତୁର ଆତୁର ଅଳିଟିଏ
ମୁଁ ଚାତକ ଆକାଶ ଶ୍ରାବଣର
ତୁ କୃଷ୍ଣ ବଉଦର ବର୍ଷା ଧାର
ମୁଁ ବସନ୍ତ ଋତୁର ହସଟିଏ
ତୁ ମଳୟ ପବନ ଗୀତଟିଏ
ମୁଁ ଟିକି ଚଢ଼େଇର ଡେଣାଟିଏ
ତୁ ଅନନ୍ତ ଆକାଶ ଛାତିଟିଏ
ମୁଁ କ୍ଳାନ୍ତ ପଥିକ ଯାତ୍ରୀଟିଏ
ତୁ ବିଷମ ଗ୍ରୀଷମ ଛାଇଟିଏ
ମୁଁ ଛୋଟ ଗଡ଼ିଆର କଇଁଟିଏ
ତୁ ନୀଳ ଗଗନର ଜହ୍ନଟିଏ
ମୁଁ ଜହ୍ନ ରାଇଜର ପରୀଟିଏ
ତୁ ସପନ ବଣିକ ରାଜାଟିଏ
ମୁଁ ପ୍ରେମର ନିର୍ଝର ନିଶାଟିଏ
ତୁ ପିପାସୀ ପ୍ରେମିକ ଆଶାଟିଏ
ମୁଁ ଗୋଲାପି ସପନ ଶେଯଟିଏ
ତୁ ଅଳସ ବିଳାସ ନିଦ୍ରାଟିଏ
ମୁଁ ମ୍ଳାନ ଶର୍ବରୀର ଅଗ୍ନି ଶିଖା
ତୁ ମୃତ୍ୟୁ ପଥର ଶେଷ ଦେଖା….!!

(କବି କେଶବ ଚନ୍ଦ୍ର ନାୟକ)

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.