ଭଞ୍ଜନଗର, ୧୮/୧୧(ପିପିଟି)
ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାର ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି,ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ଵରଞ୍ଜନ କର,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ଛତ୍ରପୁର, ଆଜିର ଏହି ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ସମୁଦାୟ ୧୧୭ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ସେଥି ମଧ୍ୟରେ ବ୍ୟକ୍ତିଗତ ୧୦୯ଟି ଅଭିଯୋଗ ଥିବାବେଳେ,ଗ୍ରାମାଞ୍ଚଳର ୮ଟି ଅଭିଯୋଗ ରହିଥିଲା।ଅତିରିକ୍ତ ଜିଲ୍ଲାପାଳ ତ୍ୱରିତ ୧୮ଟି ଅଭିଯାଗର ଫଇସଲା କରିଥିଲେ। ଆଜିର ଅଭିଯାଗ ଶୁଣାଣି ସମୟରେ ମୋଟ ୧୩ଜଣଙ୍କୁ ବିଧବା,ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା।ଅନ୍ୟ ଗ୍ରହଣ କରିଥିବା ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ତାହାର ସମାଧାନ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି ଶିବିରରେ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା,ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ଭଞ୍ଜନଗର ଗୋଷ୍ଠି ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, ଭଞ୍ଜନଗର ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି,ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l
ରିପୋର୍ଟ- (ଜେ.କେ ପଟ୍ଟନାୟକ)