ମିଥ୍ୟା ପ୍ରତିଶ୍ରୁତି ର ଅନ୍ୟନାମ ବିଜେପି ସରକାର :ପୁର୍ବତନ ବିଧାୟକ ପ୍ରଣବ ।

0 245

ଯାଜପୁର,୨୬/୧୩(ପିପିଟି): ଆମ ପ୍ରିୟ ନବୀନ ବାବୁଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ବାବୁ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଆଜି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳକୁ ପୂରିବାକୁ ଯାଉଛି ୨୮ ବର୍ଷ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ପୁର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ। ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଜନତା ଦଳ କାର୍ଯ୍ୟଳୟ ଆୟୋଜିତ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ପ୍ରଣବ କହିଛନ୍ତି ଓଡିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜେଡି ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି। ପ୍ରଣବ କହିଛନ୍ତି ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍‌ ଭୋଟ୍‌ ପାଇଛି । ଗତ ୬ ମାସର ବିଜେପି ସରକାର ମଧ୍ୟରେ ଲୋକ ଜାଣିଗଲେଣି ସେମାନେ କିପରି ମିଛର ଶିକାର ହେଲେ । ଆଜି ଓଡିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇ ଭଉଣୀ ମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହି ବିଜେପିର ମିଛ କାହାଣୀର ଉଚିତ୍‌ ଜବାବ ଦେବା ପାଇଁ ପ୍ରଣବ ଉପସ୍ଥିତ କର୍ମୀ ମାନଙ୍କୁ କହିଛନ୍ତି । ଏଥି ସହିତ ବର୍ତ୍ତମାନ ଓଡିଶାରେ ଚାଲିଥିବା ସରକାର ବିଷୟରେ ପ୍ରଣବ କହିଛନ୍ତି ଯେ “ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା ମାନେ ଦୁଃଖ ରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ । ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ବିଜେଡି ପାଇଁ ଓଡିଶାର ସ୍ୱାର୍ଥ ସର୍ବାଗ୍ରେ ରହିଛି। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ ବୋଲି ପ୍ରଣବ କହିଛନ୍ତି । ବିଜେଡି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ । ବିଜେଡି ଉପରେ ଲୋକଙ୍କ ଆସ୍ଥା ରହିଛି । ଦଳର ପ୍ରତିଷ୍ଠାର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କରେ ସ୍ମୃତି ଚାରଣ କରି ପ୍ରଣବ କହିଛନ୍ତି ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ କିନ୍ତୁ କର୍ମୀମାନଙ୍କ ପରିଶ୍ରମ ଓ ଓଡିଶାବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସାରା ଦୁନିଆରେ ଏକ ଶସକ୍ତ ରାଜ୍ୟର ପରିଚୟ ଦେଇଛି । ଓଡ଼ିଶାରେ ଗରିବି କମିବା ସହ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି । ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯ୍ୟୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ ବିତ୍ତୀୟ ନିଅଣ୍ଟ ଭାବେ ଚଳୁଥିବା ରାଜ୍ୟ ଆଜି ବଜେଟ୍ ସରପ୍ଲସ୍ ରାଜ୍ୟ ହୋଇପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା କ୍ରୀଡାର ରାଜଧାନୀର ପରିଚୟ ପାଇଛି ବୋଲି ପ୍ରଣବ କହିଛନ୍ତି । ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି ଏକ ଶକ୍ତିଶାଳୀ ଦଳରେ ପରିଣତ ହୋଇଛି । ଗତ ନିର୍ବାଚନରେ ଆମେ ପରାଜିତ ହୋଇନାହୁଁ । ବିଜେପି ମିଛ କହି କ୍ଷମତାକୁ ଆସିଛି । ଦରଦାମ ବୃଦ୍ଧିରେ ଲୋକ ଅତିଷ୍ଠ ହୋଇଛନ୍ତି ।ଏବେ ଓଡ଼ିଶାବାସୀ ବୁଝିଲେଣି ଯେ, ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । ଗତ ୬ ମାସରେ ରାଜ୍ୟ ବିଜେପି ସରକାରର ବଡ଼ ଉପଲବ୍ଧି ହେଉଛି ଦରଦାମ ବୃଦ୍ଧି । କେବେ ଏହି ସରକାରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ? ବିଜେଡିର ଭବିଷ୍ୟତ ଉଜ୍ୱଳ । ଓଡ଼ିଶାର ହକ ପାଇଁ ଲଢୁଥିବା ଦଳ ହେଉଛି ବିଜେଡି ଦଳ ଓ ଆମ ନେତା ନବୀନ ପଟନାୟକ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ପ୍ରଣବ କହିଛନ୍ତି। ପ୍ରଣବ କହିଛନ୍ତି ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଧର୍ମଶାଳାବାସୀଙ୍କ ସେବା କରିବାର ସୌଭାଗ୍ୟ ପାଇଛି । ଆଜି ଧର୍ମଶାଳା ରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହିଁ ଏଠି ଅରାଜକତା ଚାଲିଛି ଏହା ଵିରୁଦ୍ଧ ରେ ଆମେ ଏକ ହୋଇ ଲଢେଇ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଣବ । ଏହି ପ୍ରତିଷ୍ଠା ଦିବସରେ ଧର୍ମଶାଳା ବିଜେଡି ସଭାପତି ଜଳଧର ମହାନ୍ତି,ନରେଶ ଚନ୍ଦ୍ର ମହାନ୍ତି, ଡ. ପ୍ରିୟନାଥ ମହାପାତ୍ର, ଅରୁଣ ରାଉତ, ଲୋକନାଥ ପା, ଅମରେନ୍ଦ୍ର ରାୟ, ଦୁଶାସନ ସାହୁ, ସୁଧାଶୁଂ ଭୂଷଣ ସାହୁ, ପ୍ରଣତୀ ଲେଙ୍କା, ମମତା ଖୁିଆ, ମମତା ଦପାଟ, କ୍ଷିତୀଶ କୁମାର ନାୟକ,ପ୍ରସନ୍ନ ରାଉତ, ସୌମ୍ୟପ୍ରକାଶ ବିଶ୍ୱାଳ, କ୍ଷୀରାବ୍ଧୀ ତନୟା ମଲ୍ଲିକ୍ ଏମାନେ ନବୀନ ବାବୁଙ୍କ ସଫଳତା ଓ ବିଜେପି ସରକାରର ମିଥ୍ୟା ପ୍ରତିଶୃତି ସାଙ୍ଗକୁ ଧର୍ମଶାଳାରେ ସବୁ କ୍ଷେତ୍ରରେ ପ୍ରଶାସନିକ ବିଫଳତା ଉପରେ ଅଲୋଚନା କରିଥିଲେ । ଧର୍ମଶାଳା ନୀର୍ବାଚନ ମଳୀର ୫୪ ଗୋଟି ପଞ୍ଚାୟତରୁ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ନିରଞ୍ଜନ ବଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.