ମିଠା କଥା ପଦେ କୁହନ
କହି ପାରିଲେ ମଉନ ରୁହ
ନ ହେଲେ ଘରକୁ ଯାଅ….!!
ହାଡଶୁଳା କଥା ଥାଉ
କିମ୍ପା ହୁଅ ହାଉ ଯାଉ
ତୁମ ଟାଣ କଥା ଚୁଲିକି ଯାଉ…!!
ପର ନିନ୍ଦା ପର ଚର୍ଚ୍ଚା
ତୁଛାଟାରେ ବୁଦ୍ଧି ଖର୍ଚ୍ଚା
ବାହାରେ ବାହାରେ ମୋର୍ଚ୍ଚା….!!
ହସ ହସ କହ କଥା
ଦୂର ହୋଇଯିବ ଚିନ୍ତା
ନ ହେଲେବି ମୁଣ୍ଡ ବଥା…..!!
କୋଇଲି ଭାଷା ମଧୁର
ତାକୁ ତୁମେ ଗୁରୁ କର
ନହେଲେ ପିଅ ଜହର…!!
ଟାଣୁଆ ହାଣୁଆ ଲୋକ
ଟେକନ୍ତି ସଭିଏଁ ନାକ
ନିନ୍ଦନ୍ତି ଜୀବନ ଯାକ….!!
ଆସ ଆସ ଭାଇ ଶୁଣ
ନ କୁହ କାହା ଦୁର୍ଗୁଣ
ନବୁଣ କଳି ବିହନ…..!!
ଭାଷାଟା କେବେ ଚନ୍ଦନ
କେବେ ପୁଣି ଧନୁର୍ବାଣ
ଭାଷାଟି ସୁସଂପର୍କ ଜାଣ…!!
ଭାଷାରୁ ଜାଣିବ ଗୁଣ
ସାଧୁ କି ଅସାଧୁ ପଣ
ଖଳକୁ କର ବର୍ଜ୍ଜନ…..!!
ସୁନ୍ଦର ରୂପ କି ହେବ
ମଧୁର କଥା ନ ଥିବ
ଜୀବନରେ କେଉଁ ଭାବେ….!!
ଧନ ଦେଲେ ଯିବ ସରି
ଅଳଙ୍କାର ହେବ ଚୋରୀ
ମିଠା କଥା ଚିତ୍ତେ ସ୍ମରି…!!
ଜୀଇଁ ଥିବ ଯେତେ ଦିନ
କହିବ ମିଠା ବଚନ
ଶତ୍ରୁ ମିତ୍ର ହେବ ଜାଣ…!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭