ମା’ ସର୍ବ ମଙ୍ଗଳାଙ୍କ ଚୈତ୍ର ଯାତ୍ରା ଉଦଯାପିତ ।

0 255

ବେଗୁନିଆପଡା,୨୧/୦୪(ପିପିଟି) : ଶ୍ରୀମନ୍ଦିର ଠୁ ପୁରପଲ୍ଲିରେ ମାମଙ୍ଗଳାଙ୍କ ଚୈତୀପର୍ବ ଆରମ୍ଭ ହୋଇଥିବା ବେଳେ ବେଗୁନିଆପଡା ରେ କୈବର୍ତ୍ତ ସମାଜର ଈଷ୍ଟଦେବୀ ମା’ ସର୍ବ ମଙ୍ଗଳାଙ୍କ ଚୈତ୍ର ଯାତ୍ରା ବଡ ଆଡମ୍ବର ସହକାରେ ଉଦ୍ଯାପିତ ହୋଇଛି। ନଅ ଦିନ ବ୍ୟାପି ଚାଲିଥିବା ବେଳେ ରବିବାର ଦିନ ଉଦ୍ଯାପିତ ହୋଇଛି। ଏହି ପବିତ୍ର ଚୈତ୍ର ପୂର୍ଣ୍ଣମାରେ କୈବର୍ତ୍ତ ସମାଜର ସବୁଠୁ ବଡ ଯାତା ହୋଉଛି ଚଈତି ଯାତ୍ରା ଏହି ପର୍ବ ଚୈତ୍ର ମାସ ଶୁକ୍ଲ ପୂର୍ଣ୍ଣମାରେ ଯାତ୍ରା ଆରମ୍ଭ ହୋଇଥିଲେ। ଚଈତି ଯାତ୍ରାରେ ଦେବୀ ମାଁ ମଙ୍ଗଳା ବାସେଳୀ ଦେବୀଙ୍କୁ ଆରଧନା କରାଯାଈଥାଏ । ଚୈତ୍ର ପୂର୍ଣ୍ଣମୀ ରୁ କୈବର୍ତ୍ତ ମାନେ ମା’ ମଙ୍ଗଳା ମନ୍ଦିରରେ ପ୍ରତିଦିନ ପୂଜା କରୁଥିବା ବେଳେ ଚୈତ୍ର ମାସ ପୂର୍ଣ୍ଣମା ଦିନ ଠାରୁ ବାଉଁଶ କାଠରେ ନିର୍ମିତ ହୋଇଥିବା ଦୁଈଟି ପଞ୍ଜୁରି ରେ ଅଶ୍ବ ମୁଣ୍ଡକୁ ସୁସଜିତ କରି ନଅଦିନ ଗ୍ରାମ ପରିକ୍ରମା କରି ମାନସିକ ଧାରିଙ୍କ ଦ୍ବାରରେ ପୂଜାଅର୍ଛନା କରାଯାଇଥାଏ। ସିନ୍ଦୁର ,କଜ୍ଜ୍ବଳ , ଫୁଳ ହାର ମଣ୍ଡଣି କରି ଢ଼େଳ, ଚାଙ୍ଗୁ ,ଘଣ୍ଟ ଘଣ୍ଟି , କାହାଳିର ବାଦ୍ୟବାଜଣା ସହକାରେ ମା’ଙ୍କ ମନ୍ତ୍ର ପାଠକରି ପୂଜା କରାଯାଇଥାଏ। ଗ୍ରୁହଣୀ ମାନେ ହରି ବୋଲ,ହୁଳ ହୁଳି ଦେଇ ହଳଦି,ଅରୁଆ ଚାଉଳ, ଦୁବ ବରକୋଳି ପତ୍ରରେ ମା’ଙ୍କୁ ବନ୍ଦାଈଥାନ୍ତି। ଉଦଯାପିତ ଦିନ ପାଇକଆଖଡାରେ ସାମରିକ କୌଶଳ ପ୍ରଦର୍ଶ କରି ସାହି ପରିକ୍ରମା କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.