ପୋଲସରା,୦୯/୦୮ (ପିପିଟି) : ପୋଲସରା ବ୍ଲକ୍ ହାତୀଓଟ ଗ୍ରାମ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପବିତ୍ର ଭାଇ ଓ ଭଉଣୀର ସ୍ନେହ ମମତା ସମ୍ପର୍କ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ କୁମୁଦଚନ୍ଦ୍ର ଦାସ ପ୍ରମୁଖ ଯୋଦଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସମସ୍ତ ଶିଶୁ ଭାଇଭଉଣୀମାନେ ପରଷ୍ପର ମଧ୍ୟରେ ପବିତ୍ର ହୃଦୟରେ ରକ୍ଷାବନ୍ଧନ କରିଥିଲେ। ଏଥି ସହିତ ପରିବେଶ ସୁରକ୍ଷା ମହତ୍ ଉଦ୍ଦେଶ୍ୟରେ ପରିସର ମଧ୍ୟରେ ବୃକ୍ଷରୋପଣ କରିଥିଲେ। ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜର ଅଭିଭାବକଙ୍କ ସମର୍ଥନରେ ନିଜନିଜର ବାସଗୃହରେ ମା ମାନଙ୍କୁ ସଙ୍ଗରେ ନେଇ ବୃକ୍ଷରୋପଣ କରିବା ସହିତ ଗ୍ରାମବାସୀଙ୍କୁ ମଧ୍ୟ ବୃକ୍ଷରୋପଣ କରି ପରିବେଶକୁ ବଞ୍ଚାଇବାକୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ଇକୋକ୍ଲବ୍ ତରଫରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାଙ୍କ ସମ୍ମାନରେ ଗୋଟାଏ ବୃକ୍ଷ ଲଗାଯିବା ସହିତ ପୃଥିବୀମାତାର ସୁରକ୍ଷା ସକାଶେ ଭାଗିଦାରୀ ହୋଇଥିବାକୁ ନେଇ “ସହଯୋଗୀ” ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ତେବେ ଅନୁଷ୍ଠାନର କୋମଳମତି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏଭଳୀ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ନେଇ ସମଗ୍ର ହାତୀଓଟ ପଞ୍ଚାୟତର ସଚେତନ ନାଗରିକମାନେ ଭୂରି ଭୂରି ପ୍ରଶ°ସା କରିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁମା,ମାଉସୀମା ଓ ବାହନ ପ୍ରମୁଖ ଭାଇମାନେ ଉପସ୍ଥିତ ରହି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା