ମା’ ଶିଖର ବାସିନୀ ଜଙ୍ଗଲରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ଜଳିପୋଡି ନଷ୍ଟ ।

0 185

ବୋଲଗଡ,୧୦/୦୩(ପିପିଟି): ବୋଲଗଡ ବୋଲଗଡ ବନ ଖଣ୍ଡ ଅଧିନସ୍ଥ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମା’ ଶିଖର ବାସିନୀ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଜୁ,ମହୁଲ ଶାଳ, ଶାଗୁଆନ,ଲିମ୍ବ,ପଟାସ, ଆମ୍ବ,ପିଆଶାଳ,ଆକାଶିଆ କୃଷ୍ଣ ଚୂଡ଼ା,ଚାକୁଣ୍ଡା,କଇଁଆ ବର,ଓସ୍ତ,ଛତିଆନ ଗଛ ସବୁ ଲଗାଯାଇଥିଲା । ଗତକାଲି କୌଣସି ଅସାମାଜିକ ଯୁବଗୋଷ୍ଠି ଓ ନିଶାଶକ୍ତ ଲୋକମାନେ ଏହି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଦେବାରୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହୋଇ ଯାଇଅଛି । ଏହି ସଂରକ୍ଷିତ ଜଙ୍ଗଲ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ସାମନ୍ତରାୟଙ୍କ ସମସ୍ତ ସଦସ୍ୟମାନେ ମିଳିତ ଭାବେ ଜଙ୍ଗଲର ଅଗ୍ନି କାଣ୍ଡ ସମ୍ପର୍କରେ ଲିଖିତ ଭାବେ ବୋଲଗଡ ବନଖଣ୍ଡ ଅଧିକାରୀଙ୍କୁ ଜଣାଇ ଅଛନ୍ତି । ବୋଲଗଡ ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବୋଲଗଡ ସ୍ଥିତ ଅଗ୍ନି ନିର୍ବାପକ କାର୍ଯ୍ୟାଳୟକୁ ଜଣାଇଵାରୁ ଆଗ୍ନିନିର୍ବାପକ ମାନେ ଏକ ଦମକଳ ଗାଡ଼ିରେ ଘଟଣା ସ୍ଥଳକୁ ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ । ବୋଲଗଡ ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ଏହି ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ କୌଣସି ଫରେଷ୍ଟ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ପ୍ରତିଦିନ ବହୁ ମୂଲ୍ୟବାନ କାଠ ଚୋରି ହେଉ ଅଛି । ଫଳରେ ଦିନକୁ ଦିନ ସମସ୍ତ ପ୍ରକୃତି ପ୍ରେମୀ ତଥା ପରିବେଶବିତ ଓ ଜନ ସାଧାରଣମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଅଛି । ତେଣୁ ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡ ବନ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଇ ସଂରକ୍ଷିତ ଜଙ୍ଗଲ ଗୁଡ଼ିକୁ ସୁରକ୍ଷା ଦେବାକୁ ଦୃଢ଼ ଦାବୀ ହେଉଅଛି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.