ମା ଶାରଳାଙ୍କ ପୀଠରେ ଶାକଦ୍ବୀପ ବ୍ରାହ୍ମଣଙ୍କ ସମାବେଶ ।

0 128

ଜଗତସିଂହପୁର,୧୯/୦୪ : ଶାରଳା ମଣ୍ଡଳ ଶାକଦ୍ବୀପ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ ମା ଶାରଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅସଲି ଖଡୀରତ୍ନ ପଞ୍ଜିକାର ଗଣନାକାର ଦେବଦର୍ଶୀ ଖଡୀରତ୍ନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଓଡିଶା ରାଜ୍ୟ ବ୍ରାହ୍ମଣ ସଭାର ସଭାପତି ପଣ୍ଡିତ ଶରତ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ସେହିପରି ନିଖିଳ ଶାକଦ୍ବୀପ ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ବିଜୟ କୁମାର ନାୟକଶର୍ମା,ବନମାଳୀ ପୁର ନବଗ୍ରହ ମନ୍ଦିର ଟ୍ରଷ୍ଟ ସଭାପତି ପଣ୍ଡିତ ହରିହର ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପଣ୍ଡିତ ବିଚିତ୍ରାନନ୍ଦ ନାୟକଶର୍ମା ବେଦପାଠ କରିଥିଲେ । ଶାରଳା ମଣ୍ଡଳ ଶାକଦ୍ବୀପ ବ୍ରାହ୍ମଣ ସମାଜର ସଭାପତି ରବିନ୍ଦ୍ର କୁମାର ନାୟକଶର୍ମା ସସପତିତ୍ବ କରିଥିଲେ । ବିପିନ ବିହାରୀ ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ । ସମ୍ମାନୀତ ଅତିଥି ଭାବେ ପଣ୍ଡିତ ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ପଣ୍ଡିତ ବିଭୁ ଆଚାର୍ଯ୍ୟ , ପଣ୍ଡିତ ନିମାଇଁ ଗ୍ରହାଚାର୍ଯ୍ୟ, ପଣ୍ଡିତ ଜ୍ୟୋତି ରଞ୍ଜନ ନାୟକଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ବ୍ରାହ୍ମଣ ସମାଜର ଉନ୍ନତି ପାଇଁ ଏଠାରେ ମତ ପ୍ରକାଶ ପାଇଥିଲା । ପଣ୍ଡିତ ସୁଦର୍ଶନ ଆଚାର୍ଯ୍ୟ, ପ୍ରଲ୍ଲାଦ ନାୟକଶର୍ମା, ଶ୍ରୀପତି ନାୟକଶର୍ମା ଓ ମହେଶ୍ୱର ନାୟକଶର୍ମା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ମାନସ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଯୁଗ୍ମ ସଂପାଦକ ଅମୀୟ ରଞ୍ଜନ ନାୟକଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ସୁଦାମ ଆଚାର୍ଯ୍ୟ, ସୁବାଷ ଦାଶ,ନାଗେଶ୍ବର ଆଚାର୍ଯ୍ୟ,ନିମାଇଁ ପତି, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ବ୍ରାହ୍ମଣ ମାନେ ଯୋଗଦାନ କରିଥିଲେ।

Leave A Reply

Your email address will not be published.