ମା ମହିଷା ମର୍ଦ୍ଧିନୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

0 228

ବୋଲଗଡ,୧୦/୦୮(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ଡିହଖଉରୁଣୀ ଓ ବିଲ ଖଉରୁଣୀଠାରେ ମା ମହିଷା ମର୍ଦ୍ଧିନୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶୁକ୍ଳପକ୍ଷ ଗହ୍ମା ପୂର୍ଣ୍ଣମୀ ତିଥିରେ ମା’ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ପ୍ରାତଃ ସମୟରେ ମା’ଙ୍କ ପୂଜାନୀତି ଉପଚାର ସମ୍ପନ୍ନ କରଯାଇଥିଲା । ଗ୍ରାମର ସଭାପତି ଓ ତାଙ୍କ ସହଧର୍ମିଣୀ କର୍ତ୍ତାକର୍ତ୍ତୀ ଭାବେ ଉପସ୍ଥିତ ଥିଲେ । ବଡ଼କୁମାରୀ ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ବାସୁଦେବ ସାହୁଙ୍କ ପ୍ରଚେଷ୍ଟାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳାପୁରୁଷ ୧୦୮ କଳସ ଯାତ୍ରାରେ ସାମିଲ ହୋଇ ସାହି ପରିକ୍ରମା କରିଥିଲେ। ୭ ଜଣ ବ୍ରାହ୍ମଣମାନଙ୍କୁ ନେଇ ରୀତି ନୀତି ଅନୁଯାୟୀ ହୋମକାର୍ଯ୍ୟ ହୋଇଥିଲା। ସନ୍ଧ୍ୟାରେ ଶକ୍ତିପୀଠ ଲୋକାରଣ୍ୟ ତଥା ଶ୍ରଦ୍ଧାଳୁମୟ ପରିବେଶ ମଧ୍ୟରେ ଯଜ୍ଞର ପୂର୍ଣାହୁତି ଦିଆଯାଇଥିଲା। ଯୁବ ସମାଜ ସେବୀ ବାସୁଦେବ ସାହୁଙ୍କୁ ଗ୍ରାମବାସୀମାନେ ଫୁଲମାଳ ଦେଇ ଉତ୍ତରୀୟ ପ୍ରଦାନ କରି ବାଜା ବଜାଇ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣକୁ ପାଛୋଟି ଆଣିଥିଲେ । ସମାଜସେବୀ ଶ୍ରୀ ସାହୁ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବଡ଼ କୁମାରୀ ଗ୍ରାମପଞ୍ଚାୟତର ବିଲ ଖଉରୁଣୀ, ଡିହ ଖଉରୁଣୀ, ସାନକୁମାରୀ, ବଡ଼କୁମାରୀ, କୋଟପଲ୍ଲା, ହାଟବସ୍ତ, ହରିକେଶର ଆଦି ଗ୍ରାମଗୁଡିକରୁ ପ୍ରାୟ ତିନି ହଜାରରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ଉତ୍ସବରେ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକ ଓ ଗ୍ରାମବାସୀ ମାନେ ସହଯୋଗ କରି ପରିଚାଳନା କରିଥିଲେ । ଏହି ଉତ୍ସବ ଅବସରରେ ନବରଙ୍ଗ ପୌରାଣିକ ଶୀର୍ଷକ ନାଟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଯୁବସମାଜସେବୀଙ୍କ ଗ୍ରାମ ପ୍ରତି ଅତୁଳନୀୟ ଅବଦାନ ପାଇଁ ଗ୍ରାମବାସୀ ଓ ପଞ୍ଚାୟତ ବାସୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.