ମା’ ବ୍ୟାଘ୍ରଦେବୀ ପୀଠରୁ ବିଶାଳ ମଶାଲ ଶୋଭା ଯାତ୍ରା ।

0 271

ଭଞ୍ଜନଗର, ୨୭/୦୧(ପିପିଟି ):ଆଜିଠାରୁ ଆରମ୍ଭ ହେଇଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଏଥି ନିମନ୍ତେ ଚଳିତ ବର୍ଷ ବ୍ୟାପକ ଆୟୋଜନ କରା ଯାଇଥିବା ବେଳେ ଏହି ମହୋତ୍ସବକୁ ଲୋକାଭିମୁଖୀ କରିବା ସହ ଏହାର ସଫଳତା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ପୀଠରୁ ମଶାଲ ଶୋଭାଯାତ୍ରାରେ ଜ୍ୟୋତି ଗୋପାଳପୁରକୁ ପଠାଯାଇଛି। ଏହି ପରି‌ପ୍ରେକ୍ଷିରେ ଆଜି ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା” ବ୍ୟାଘ୍ରଦେବୀଙ୍କ ପୀଠରୁ ମଧ୍ୟ ବିଶାଳ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଭୋର ସମୟରେ ରୀତିନୀତି ଅନୁସାରେ ମନ୍ଦିର ପ୍ରାଙ୍ଗଣରେ ପ୍ରଥମେ ୧୦୮ ଆଳତୀ ଓ ପୂଜାର୍ଚ୍ଚନା ହେବା ପରେ ଜ୍ୟୋତିକୁ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା। ଏହାପରେ ଏକ ସ୍ବତନ୍ତ୍ର ଗାଡିରେ ମଶାଲକୁ ଶୋଭାଯାତ୍ରାରେ ଗୋପାଳପୁର ଅଭିମୁଖେ ନିଆଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଵିଡିଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ପ୍ରାଧାନ ଟୁଲିଆମା ,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଅତିରିକ୍ତ ଏସ୍‌ପି ରଞ୍ଜନ ଦେ,ଏସ୍‌ଡିପିଓ ଡ.ଦିପକ କୁମାର ମିଶ୍ର, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ଵ୍ୟକ୍ତି ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.