ମା’ ବ୍ରାହ୍ମଣ ଦେବୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ।

0 525

ଭଞ୍ଜନଗର, ୨୯/୦୪(ପିପିଟି) : ଭଞ୍ଜନଗର ଭେଜିପୁଟ ଠାରେ ମା’ ବ୍ରାହ୍ମଣ ଦେବୀ ଠାକୁରାଣୀ ଯାତ୍ରା ନିମନ୍ତେ ଆଜି ବଡଦାଣ୍ଡ ଠାରେ ରୀତିନୀତି ଅନୁସାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।ପ୍ରତି ୩ବର୍ଷରେ ଅନୁଷ୍ଠିତ ହେଉଥିବା ମା’ଙ୍କର ଏହି ଯାତ୍ରା ଚଳିତ ବର୍ଷ ମେ ମାସ ୧୭ତାରିଖରୁ ଆରମ୍ଭ ହୋଇ ଜୁନ ୯ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି।ଆଜି ଅପରାହ୍ନ ସାଢ଼େ ୩ଟା ସମୟରେ ଭେଜିପୁଟ ଗ୍ରାମବାସୀଙ୍କ ଉପସ୍ଥିତିରେ କର୍ତ୍ତା ଭାବେ ଧୋବା ଖଟେଇ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ସମ୍ପନ୍ନ କରିଥିଲେ।ତାଙ୍କୁ ଏଥିରେ ଯାତ୍ରା କମିଟିର ସଭାପତି ବିଶ୍ୱନାଥ ସ୍ୱାଇଁ, ଉପସଭାପତି ରାମଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଚିଦାନନ୍ଦ ସ୍ୱାଇଁ, ସହ ସମ୍ପାଦକ ସୁନୀଲ କୁମାର ବିଷୋୟୀ,କୋଷାଧ୍ୟକ୍ଷ ରଞ୍ଜିତ କୁମାର ରାଉତ ଓ ଅନ୍ୟମାନେ ସହଯୋଗ କରିଥିଲେ।ଦୀର୍ଘ ବର୍ଷ ପରେ ମା’ ଙ୍କର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଉତ୍ସାହ ଭରି ରହିଛି।

ରିପୋର୍ଟ- (ଭଞ୍ଜନଗର ରୁ ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.