ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

0 248

ବୋଲଗଡ,୦୫/୦୪(ପିପିଟି): ବୋଲଗଡ ବ୍ଲକ ବଡ଼କୁମାରୀ ଅନ୍ତର୍ଗତ ପାନନଗର ସ୍ଥିତ ମା ତାରିଣୀ ଦେବୀ ମନ୍ଦିର ଓ ପାର୍ଶ୍ୱ ଦେବତା ପ୍ରତିଷ୍ଠା ଉତ୍ସବ ପାନ ନଗର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସ ରେ ବରିଷ୍ଠ ପୂଜକ ଙ୍କ ଦ୍ୱାରା ବେଦ ପାଠ, ଅଙ୍କୁରା ରୋପଣ,ମଣ୍ଡଳ କରଣ ଦ୍ୱିତୀୟ ଦିବସ ରେ କଳସ ଯାତ୍ରା ଘଟ ସ୍ଥାପନ,ସୂର୍ଯ୍ୟ ପୂଜା, ଗୋପୁଜା ଯଜ୍ଞ ବେଦି ପ୍ରତିଷ୍ଠା ଓ ହୋମ ଯଜ୍ଞ କରାଯାଇଥିଲା। ବିଶ୍ୱର କଲ୍ୟାଣ ନିମନ୍ତେ ବରିଷ୍ଠ ପୂଜକ ସନ୍ଧ୍ୟା ଆଳତି ସହିତ ବିଶ୍ୱ ଶାନ୍ତି ପ୍ରାର୍ଥନା କରି ହୋମ ଯଜ୍ଞ ରେ ଘୃତ ପୁର୍ଣ ଆହୁତି କରିଥିଲେ ଏହି ପ୍ରତିଷ୍ଠା ଉତ୍ସବ ରେ ବିଭିନ୍ନ ଅଂଚଳ ରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇ ମା ତାରିଣୀ ଙ୍କ ଦର୍ଶନ ଲାଭ କରି କୃପା ଭିକ୍ଷା କରିଥିଲେ। ମା ତାରିଣୀ ମନ୍ଦିର କୁ ବିଭିନ୍ନ ରଙ୍ଗ ବିରଙ୍ଗ ର ଆଲୋକ ରେ ସଜିତ କରାଯାଇ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ମନରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ଏହି ପାର୍ଶ୍ୱ ଦେବତା ପ୍ରତିଷ୍ଠା ଉତ୍ସବ ରେ ବରିଷ୍ଠ ସମଜସେବୀ ପ୍ରକାଶ ମାର୍ଥା ମୁଖ୍ୟ କର୍ତା ଭାବେ ଯୋଗ ଦେଇ ସମସ୍ତ ଜନସାଧାରଣ ସୁସ୍ଥ ନିରୋଗ ନିରାମୟ ଜୀବନ କାମନା କରି ହୋମ ଯଜ୍ଞ ରେ ପୁର୍ଣଆହୁତି ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ୱାର୍ଡ ସଭ୍ୟ ସୁନୀଲ କୁମାର ନାୟକ (ସୁନି )ପୂର୍ବତନ ନୟାବ ସରପଞ୍ଚ ବିଜୟ କୁମାର ତାରିଣୀୟା,ଜଗନ କୁମାର ନାୟକ, କରୁଣା,ମାନସ ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ। ମନ୍ଦିର ପରିସର ରେ ବାଙ୍କୋଇ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ,ସହକାରୀ ପୋଲିସ ଅଧିକାରୀ କାରୀ ତୁଷାରକାନ୍ତ ନାୟକ ଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ଶ୍ରାଦ୍ଧଲୁ ମହିଳା ମାନଂକୁ ସୁରକ୍ଷା ଯୋଗାଇ ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
.

Leave A Reply

Your email address will not be published.