ମା ଜାଗୁଳେଇ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଉଦଯାପିତ।

0 223

ଖୋର୍ଦ୍ଧା,୦୮/୦୪(ପିପିଟି):ଜଟଣୀ ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଗତ ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ବିଜୟା ଦଶମୀ ରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସଂଧ୍ୟା ରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ମା ମହିଂସା ମର୍ଦିନୀ ବେଶରେ ଦର୍ଶନ ଦେଇଥିଲେ, ପରେ ସାମୁହିକ ପ୍ରସାଦସେବନ ମଧ୍ୟରତି ପର୍ଯ୍ୟନ୍ତ ଚାଲିଥିଲା । ଅଖପାଖ ଅଞ୍ଚକର ହଜାର ହଜାର ଶ୍ରଦ୍ଧାଳୁ ମା“ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ବର୍ଷ ତମାମ ମାଙ୍କ ପୂଜାପାଠରେ ନିୟୋଜିତ ରହୁଥିବା ବେଳେ , ପରିଚାଳନା କମିଟିର ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ଅଶୋକ ଦାଶ , ପବିତ୍ର ମୋହନ ରଣସିଂହ, ପୂର୍ଣଚନ୍ଦ୍ର ସାହାଣୀ , ବିନୋଦ ଦାସ , ରାମଚନ୍ଦ୍ର ସାହୁ , ଜିତେନ୍ଦ୍ର ଜେନା,ଶଶିକାନ୍ତ ମହାପାତ୍ର, ସୁନୀଲ ମହାନ୍ତି , ସତୀଶ ପରିଡା , ଚର୍ଚ୍ଚିଲ ଦାସ , ସରୋଜ ପାଇକରାୟ ନିତ୍ୟସେବକ ବିକାଶ ବେହେରା, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ , ଦିପୁ ପାଲ , ବିବେକ ଦଳେଇ, କୃତିବାସ ପୃଷ୍ଟି , ଜଗନ୍ନାଥ ବାରିକ ସମେତ ଗ୍ରାମବାସୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.