ମା ଗଜଲକ୍ଷ୍ମୀ ଯୁବକ ସଙ୍ଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ “କେତେ କାନ୍ଦିବୁ ରେ କଳା କହ୍ନେଇ “।

0 295

କୋଦଳା,୨୨/୧୧(ପିପିଟି):କୋଦଳା ଭାଇଚାରା ର ସହର, ଏଠାରେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ମା ଦୁର୍ଗାଦେବୀଙ୍କ ପୂଜା ଭଳି ଦୀର୍ଘ ବର୍ଷ ହେବ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି । ଏହା ଏକ ନିଆରା ପରମ୍ପରା ମଧ୍ୟରେ ଏକମାସ ଧରି ଏହି ପୂଜା ପାଳିତ ହେଉଥିବା ବେଳେ ପ୍ରତ୍ୟକ ସନ୍ଧ୍ୟାରେ ପୂଜା ଆଳତୀ ସହିତ ହଜାର ହଜାର ମହିଳା ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ପୁରୁଣା ବଜାର ସହିତ ହନୁମନ୍ତ ନାରାୟଣୀ ଛକ ଠାରେ କୋଦଳା ର ଯୁବକ ମାନେ ଦୁଇଗୋଷ୍ଠୀ ହୋଇ ପୂଜା ପାଳନ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତିଯୋଗିତା ମୂଳକ ଭାବେ ଆୟୋଜନ କରିଥାନ୍ତି । ଏହିବର୍ଷ ମଧ୍ୟ ଧୁମ ଧାମରେ ପୂଜାପାଳନ ହେଉଥିବା ବେଳେ ବୁଧବାର ସନ୍ଧ୍ୟାରେ ପୁରୁଣା ବଜାର ଛକ ଗଜଲକ୍ଷ୍ମୀ ଯୁବକ ସଙ୍ଘ ପକ୍ଷରୁ ସଭାପତି ପ୍ରିୟବନ୍ଧୁ ଅଚାରୀଙ୍କ ତତ୍ୱାବଧାନ ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ସାମାଜିକ ନାଟକ “କେତେ କାନ୍ଦିବୁ ରେ କଳା କହ୍ନେଇ “ସାମାଜିକ ନାଟକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଧାୟିକା ଲତିକା ପ୍ରଧାନଙ୍କୁ କମିଟି ସଦସ୍ୟଙ୍କ ସହିତ ଶତାଧିକ ଜନସାଧାରଣ ଅଂଶଗ୍ରହଣ କରିଥିବା ବେଳେ ଆନୁଷ୍ଠାନିକ ଭାବେ ବିଧାୟିକା ଉଦଘାଟନ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ଦୁଇ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସାଢେ ଚାରିବର୍ଷ ରେ କୋଦଳା ର ବିକାଶ କଥା ସ୍ମରଣୀୟ କରାଇଦେଥିଲେ, ସମ୍ମାନିତ ଅତିଥିଭାବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସମସ୍ତ ପଦପଦବୀ ଧାରୀ କର୍ମକର୍ତ୍ତା ଯୋଗଦେଇ ନିଜ ନିଜର ସୁ ଚିନ୍ତିତ ମତାମତ ଦେବା ସହ ଯୁବକ ସଂଘର ଇଚ୍ଛାଶକ୍ତିକୁ ପ୍ରସଂଶା କରିଥିଲେ ଏବଂ ବିଧାୟିକା ପ୍ରତ୍ୟେକ କ୍ଷେତ୍ରରେ ପହଞ୍ଚି ଜନସାଧାରଣଙ୍କ ସୁଖ ଦୁଃଖ ରେ ଛିଡା ହେଉଥିବାରୁ ପୁଣି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜୟଯୁକ୍ତ କରାଇବା ପାଇଁ କହିଥିଲେ । ଏହି ଦୁଇ ଜାଗାର ପୂଜା ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀରେ ବିସର୍ଜନ ହେବାକୁ ଥିବାବେଳେ ବୁଧବାର ଅର୍ଥାତ ଆଜି ପୁରୁଣା ବଜାର ପୂଜା କମିଟି ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.