ମା ଗଜଲକ୍ଷ୍ମୀ ଯୁବକ ସଙ୍ଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହ୍ୟୁମାନ ସାଗର ନାଇଟ୍।

0 351

କୋଦଳା,୨୧/୧୧(ପିପିଟି):କୋଦଳା ଭାଇଚାରା ର ସହର, ଏଠାରେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ମା ଦୁର୍ଗାଦେବୀଙ୍କ ପୂଜା ଭଳି ଦୀର୍ଘ ବର୍ଷ ହେବ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି । ଏହା ଏକ ନିଆରା ପରମ୍ପରା ମଧ୍ୟରେ ଏକମାସ ଧରି ଏହି ପୂଜା ପାଳିତ ହେଉଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ପୂଜା ଆଳତୀ ସହିତ ହଜାର ହଜାର ମହିଳା ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ପୁରୁଣା ବଜାର ସହିତ ହନୁମନ୍ତ ନାରାୟଣୀ ଛକ ଠାରେ କୋଦଳା ର ଯୁବକ ମାନେ ଦୁଇଗୋଷ୍ଠୀ ହୋଇ ପୂଜା ପାଳନ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତିଯୋଗିତା ମୂଳକ ଭାବେ ଆୟୋଜନ କରିଥାନ୍ତି । ଏହି ବର୍ଷ ମଧ୍ୟ ଧୁମ ଧାମରେ ପୂଜା ପାଳନ ହେଉଥିବା ବେଳେ ମଙ୍ଗଳ ବାର ସନ୍ଧ୍ୟାରେ ମା ହନୁମନ୍ତ ନାରାୟଣୀ ଛକ ଗଜଲକ୍ଷ୍ମୀ ଯୁବକ ସଙ୍ଘ ପକ୍ଷରୁ ସଭାପତି ସମୀର ପରିଡାଙ୍କ ତତ୍ୱାବଧାନ ତଥା କବିସୂର୍ଯ୍ୟନଗର ବିଧାୟିକାଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଓଡିଶା ର ଘରେ ଘରେ ପରିଚିତ ସିଙ୍ଗର ହ୍ୟୁମାନ ସାଗର ନାଇଟ୍ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଧାୟିକା ଆନୁଷ୍ଠାନିକ ଭାବେ ଉଦଘାଟନ ସହିତ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସମସ୍ତ ପଦପଦବୀ ଧାରୀ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ, ଏହି କମିଟି ପୂଜା ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀରେ ବିସର୍ଜନ ହେବାକୁ ଥିବାବେଳେ ବୁଧବାର ଅର୍ଥାତ ଆଜି ପୁରୁଣା ବଜାର ପୂଜା କମିଟି ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଠାରେ ବି ବିଧାୟିକା ମୁଖ୍ୟ ଅତିଥି ଥିବା ଜଣାପଡ଼ିଛି ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ।)

Leave A Reply

Your email address will not be published.