ମା’ କୁଣ୍ଡାଖାଇ ସେବା ସଂଘ ତରଫରୁ ବନ ମହୋତ୍ସବ ଅନୁଷ୍ଠିତ।

0 300

ବୋଲଗଡ,୧୯/୦୭ (ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତର ରାସୋଳ ଗ୍ରାମରେ ବନମହୋତ୍ସବ ପାଳିତ ହୋଇଯାଇଛି l ମା ‘ କୁଣ୍ଡାଖାଇ ସେବା ସଙ୍ଘର ସଭାପତି ପ୍ରକାଶ କୁମାର ନାୟକ ଓ ସମ୍ପାଦକ ସତ୍ୟ ନାରାୟଣ ବାରିକ ଙ୍କ ତତ୍ୱାବଧାନରେ ରାସୋଳ ଗ୍ରାମ ଠାରୁ ସାନପଦର ଗ୍ରାମ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ଵରେ ୪୦୦ ବୃକ୍ଷରୋପଣ କରାଯାଇଥିଲା l ତତସହିତ ରାସୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝରଣା ପ୍ରଧାନ ଓ ମା କୁଣ୍ଡାଖାଇ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ଚୌଧୁରୀଙ୍କ ମା ‘ କୁଣ୍ଡାଖାଇ ସେବାସଙ୍ଘର ମିଳିତ ଆନୁକୂଲ୍ୟରେ ଆଜି ମଧ୍ୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମକ୍ରମରେ ମୁଖ୍ୟ ଅତିଥିଭାବେ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଯୋଗଦେଇଥିବାବେଳେ ମୁଖ୍ୟ ଵକ୍ତାଭାବେ ବରଣ୍ୟ ସାଧୁ ତଥା ଗୋ ସେବକ ବୃକ୍ଷବାବା ଶ୍ରୀ ହରିଶ ଚରଣ ମହାରାଜଜୀ, ବିଶିଷ୍ଟ ଅତିଥିଭାବେ ଗୋପାଳପୁର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବାରିକ, ସଂମ୍ମାନିତ ଅତିଥିଭାବେ ସଂମ୍ମାନିତ ଅତିଥିଭାବେ ସାନପଦର ଗ୍ରାମପଞ୍ଚାୟତ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ରାଜସୁନାଖଳା ବଜାର କମିଟିର ଉପସଭାପତି ପ୍ରତାପ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ରଥ,ମନୋଜ ନିଶଙ୍କ, ସବୁଜ ବାହିନୀ ସେନାପତି ଶିକ୍ଷକ ସାନନ୍ଦ କୁମାର ସାହୁ,ସେବାସଙ୍ଘ ସଭାପତି ପ୍ରକାଶ ନାୟକ, ସମ୍ପାଦକ ସତ୍ୟନାରାୟଣ ବାରିକ, କ୍ୟାସିଅର ବିଶ୍ୱନାଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ସମସ୍ତ ଅତିଥିମାନେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଉପରେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନତା ସୃଷ୍ଟି କରିଥିଲେ l ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ଗଛର ଉପକାର ବିଷୟରେ କହିବା ସହିତ ପୁଅ ପୋଷେ ବାପା ମା ଙ୍କୁ କିନ୍ତୁ ବୃକ୍ଷ ପୋଷେ ସାରା ବିଶ୍ୱକୁ କହି ବୃକ୍ଷ ରୋପଣ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଶ୍ରୀ ମହାରାଜଜୀ ବୃକ୍ଷର ଉପାଦେୟତା, ସାରା ଭାରତ ବର୍ଷରେ କେତେ ବୃକ୍ଷ ରହିଛି ଏବଂ ସମସ୍ତ ରୋଗର ଔଷଧି କରଣ ଉପରେ ବର୍ଣ୍ଣନା କରି ବୃକ୍ଷ ରୋପଣ କରି ତାହାର ଦାୟିତ୍ୱ ନେବାକୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ସଂମ୍ମାନିତ ଅତିଥି ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ ବୃକ୍ଷ ହିଁ ଶିବ ଅର୍ଥାତ ବୃକ୍ଷ ହିଁ ଭଗବାନ ବୋଲି କହି ବୃକ୍ଷ ପ୍ର କୃତିର ଦାନ ଏହାକୁ ଦାୟିତ୍ୱ ନେବା ସହିତ ରକ୍ଷଣା ବେକ୍ଷେଣା କରିବା ଆମର କାର୍ତ୍ତିବ୍ୟ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମା କୁଣ୍ଡାଖାଇ ମଧ୍ୟ ଇଂରାଜୀ ବିଦ୍ୟାଳୟର ବିଦାୟୀ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ରଥଙ୍କୁ ସେବା ସଙ୍ଘ ତରଫରୁ ଉତ୍ତରୀୟ ମାନପତ୍ର ଦେଇ ବିଦାୟୀ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀ ସେନାପତି ଶିକ୍ଷକ ସାନନ୍ଦ କୁମାର ସାହୁ ବିଭିନ୍ନ ପ୍ରତିଯୋଗିତା କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ବିଧାୟକ ଶ୍ରୀ ସାହୁଙ୍କ ଦ୍ଵାରା କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସେବା ସଙ୍ଘ ତରଫରୁ ଗ୍ରାମର ସମାଜ ସେବୀ ଆକୁଳ ପରିଡା, କିଶୋର ଦାସ, ସୌମ୍ୟରଞ୍ଜନ ମହଲା, ମନୋଜ ନିଶଙ୍କ, ପ୍ରକାଶ କୁମାର ନାୟକ, ସତ୍ୟନାରାୟଣ ବାରିକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ସରପଞ୍ଚବୈକୁଣ୍ଠ ଚରଣ ସ୍ୱାଇଁ ସଭାପତି ରୂପେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଗ୍ରାମର ଲୋକମାନେ ସହଯୋଗ କରି ଉପସ୍ଥିତ ରହିଥିଲେ l ପରିଶେଷରେ ସେବାସଙ୍ଘ ସମ୍ପାଦକ ସତ୍ୟନାରାୟଣ ବାରିକ ବୃକ୍ଷର ମହାତ୍ମ୍ୟ ସମ୍ପର୍କରେ ଦର୍ଶାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.