ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ।

0 291

ସୁବର୍ଣ୍ଣପୁର , ୦୪/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ଅନ୍ତର୍ଗତ ବଡ଼ବରଡ଼ାକଟା ରେ ନବ ନିର୍ମିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂଜକ ଭାବରେ ବଳରାମ ପଣ୍ଡା, ଆଶୁତୋଷ ପଣ୍ଡା, ସୀତାରାମ ପାଢ଼ୀ, ସୁବ୍ରତ ପାଢ଼ୀ ଏବଂ ଗାଁ ଗୋନ୍ତିଆ ଶିବ ନାରାୟଣ ମିଶ୍ର, ଦେବବ୍ରତ ପୁରୋହିତ, ସୁମନ୍ତ ପୁରୋହିତ, ସୁସେଣ ପୁରୋହିତ ଓ ଭଗବାନ କର୍ମୀ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ଅଧିବାସ ବଡ଼ବରଡ଼ାକଟା ସଂକୀର୍ତ୍ତନ ମଣ୍ଡଳୀ କରିଥିବା ବେଳେ ତିଳେଇମାଲ, ବାହଲପଦର, ବାବୁପାଲି, ଭୁତିଆପାଲି, କଦଳିପାଲି, ଚି଼ଙ୍ଗରାନାଲି,ରିଜୁମୁଣ୍ଡା, ବାଙ୍କିଆ, ବୁରବୁଡ଼ା, ଗୁଢ଼ୀପାଲି, ବୁଠିପଦର, କୁଶଦାଦାର, ବଡ଼କିରାସିରା, ଖଣ୍ଡହତା ଘଣ୍ଟପାଲି, କେନଝରିଆପାଲି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.