ବୋଲଗଡ଼,୩୦/୧୦(ପିପିଟି): ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ନୂଆସାହି ସାଧନ କେନ୍ଦ୍ରର ସଂଯୋଜକ ଚନ୍ଦ୍ରଶେଖର ନାୟକଙ୍କ ତତ୍ତ୍ୱାବଧାନରେ ୫ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁଙ୍କ ଅଧ୍ୟକ୍ଷତାରେ ଖଙ୍ଗୁରିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ରମେଶ ଚନ୍ଦ୍ର ସେଠୀ, ସେଖ ଉମର ଫାରୁଖ , ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ବଳିଆରସିଂହ ଅତିଥିରୂପେ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ପ୍ରତିମାସରେ ଅନୁଷ୍ଠିତ ହେଉଥିବା ବୈଠକର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ। ନୂତନ ଭାବରେ ସାଧନକେନ୍ଦ୍ର ସଂଯୋଜକ ରୂପେ ଯୋଗଦେଇଥିବା ଚନ୍ଦ୍ରଶେଖର ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଅର୍ପଣ କରାଯାଇ ସମ୍ମାନିତ କରଯାଇଥିଲା। ତା ପରେ ଲୋକନାଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଲୋଚନା ସେଠୀ ‘ବର୍ଷା’ ପ୍ରସଙ୍ଗରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ ପ୍ରଦର୍ଶନ କରି ହସେଇ ନଚେଇ ଓ ଅଭିନୟ କରି ଶିକ୍ଷାଦାନ କରିଥିଲେ। ତତ୍ପରେ ବାମନ ସରକାରୀ ଉଚ୍ଚ ବିଦୟାଳୟର ଶିକ୍ଷକ ଅଭିମନ୍ୟୁ ପଲେଇଙ୍କ ଏକଅଙ୍କ ବିଶିଷ୍ଟ ସଂଖ୍ୟାର ଯୋଗକ୍ରିୟା ପ୍ରସଙ୍ଗ ଉପରେ ଅତି ଉଚ୍ଚ କୋଟିର ଥିଲା। ଉକ୍ତ ବୈଠକରେ ଶିକ୍ଷକ ଗୌରଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ରାଉତରାୟ, ଅପର୍ତ୍ତୀ ଅଟ୍ଟ, ଚିତ୍ତରଞ୍ଜନ ସାହୁ, ଶିକ୍ଷୟିତ୍ରୀ ସୌଦାମିନୀ ପରିଡ଼ା, କନକଲତା ଦେଇ ଓ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସେଠୀ ପ୍ରମୁଖ ଭାବରେ ଅଂଶଗ୍ରହଣ କରିଥିଲେ। ଖଙ୍ଗୁରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ରଞ୍ଜିତା କୁମାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)